ସାନ୍ଦା ଗ୍ରାମରେ 41 ତମ ପାଲାଗାୟକ ସମିଳନୀ ଅନୁଷ୍ଠିତ


-ପ୍ରତ୍ୟେକ ଗ୍ରାମlଞ୍ଜଳ ଲୋକମାନଙ୍କ ପାଖରେ ପାଲାକୁ ପହଁଞ୍ଜେଇବା ପାଇଁ ନିଆରା ପ୍ରୟାସ ଜାରି ରଖିଛନ୍ତି ଢେଙ୍କାନାଳ ପାଲାଗାୟକ ସଙ୍ଘ l
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାନ୍ଦା ଗ୍ରାମ ଠାରେ ଥିବା ରାମଚଣ୍ଡୀ ପାଲା ମଣ୍ଡପ ଠାରେ 41 ତମ ଢେଙ୍କାନାଳ ଜିଲ୍ଲା ପାଲା ଗାୟକ ସମ୍ମିଳନୀ ଉଦଘାଟନ ହୋଇଯାଇଛି। ପ୍ରଥମେ ଗ୍ରାମର ଜଟିଆ ବାଉତି ଠାକୁରାଣୀଙ୍କ ପାଖରେ ପୂଜାର୍ଜନା କରାଯାଇ ସତ୍ୟ ନାରାୟଣଙ୍କର ଧଣ୍ଡାକୁ ଧରି ଗ୍ରାମ ପରିକ୍ରମା କରାଯାଇ ପାଲା ମଣ୍ଡପ ଠାରେ ପହଂଚିଥିଲେ ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା lଏହି ଉଦଘାଟନ ଉତ୍ସବରେ ଢେଙ୍କାନାଳ ଜିଲ୍ଲା ପାଲା ଗାୟକ ସଂଘର ସମ୍ପାଦକ ଶ୍ରୀଯୁକ୍ତ ଡକ୍ଟର ଧର୍ମାନନ୍ଦ ପୃଷ୍ଟି, ସଭାପତି ଶ୍ରୀଯୁକ୍ତ ଉଦୟ ପଟ୍ଟନାୟକ । ସିଦ୍ଧ ରାମଚଣ୍ଡୀ ପାଲା ମଣ୍ଡଳର ସମ୍ପାଦକ ଶ୍ରୀଯୁକ୍ତ ବିନୟ କୁମାର ମିଶ୍ର, ସଭାପତି ଶ୍ରୀଯୁକ୍ତ ରମେଶ ମହାଖୁଦ ଓ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମିଶ୍ର ମାଚାସୀନ ଥିଲେ l ପ୍ରଥମ ରାତିରେ ଓଡିଶାର ନାମିଦାମୀ ପାଲା ଗାୟକ ମାନଙ୍କ ଦ୍ଵାରା ପାଲା ପରିବେଷଣ ହୋଇଥିଲା l ଏହି ପାଲାକୁ ଦେଖିବା ପାଇଁ ଶତାଧିକ ଦର୍ଶକ ଉପସ୍ଥିତ ଥିଲେ l ଏହି ପାଲା ଗାୟକ ସମିଳନୀ ସାନ୍ଦା ପାଲା ଗାୟକ ମଣ୍ଡଳ ଆୟୋଜକ ଅନୁଷ୍ଠିତ ହୋଇଥିବା ବେଳେ ଜୟଭାରତୀ ଯୁବକ ସଙ୍ଘ କର୍ମକର୍ତା ମାନଙ୍କ ସହଯୋଗରେ ଦୁଇ ଦିନ ଧରି ଅନୁଷ୍ଠିତ ହେବ ବୋଲି ସୂଚନା l




