Entertainment

ସାତ ଶହ ବର୍ଷ ତଳର- ସର୍ବ ପୁରାତନ ଛତିଆ ରାଜ ଦୋଳ ମେଳଣଉଦଯାପିତ  ଜିଲ୍ଲାର ଏହିଠାରୁ ଆରମ୍ଭ ହୋଇଥାଏ ମେଳଣ ଉତ୍ସବ

 

ଛତିଆ (ଆ, ପ୍ର ),ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ । ଦୀର୍ଘ ସାତ ଶହ ବର୍ଷ ପୂର୍ବରୁ ଅର୍ଥାତ ଗତ ୧୭୩୩ ମସିହାରୁ ଯାଜପୁର ଜିଲ୍ଲା ତଥା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ଠାରେ ଆରମ୍ଭ ହୋଇଥିଲା ଛତିଆ ରାଜ ଦୋଳ ମେଳଣ । ଏହା ଜିଲ୍ଲାର ସର୍ବ ପୁରାତନ ଦୋଳ ମେଳଣ ବୋଲି କୁହାଯାଉଛି । ତେବେ ପ୍ରତିବର୍ଷ ଏହି ଛତିଆ ଠାରୁ ହିଁ ଜିଲ୍ଲାର ମେଳଣ ଉତ୍ସବର ଶୁଭାରମ୍ଭ ହୋଇଥାଏ । ଛତିଆ ଅଞ୍ଚଳର ଆରାଧ୍ୟ ଦେବତା ଭାବେ ଶ୍ରୀ ଶ୍ରୀ ଅମରେଶ୍ୱର ମହାଦେବଙ୍କ ବିଜେ ସ୍ଥଳୀରେ ଏହି ମେଳଣ ଉତ୍ସଵ ଅନୁଷ୍ଠିତ ହୋଇଆସୁଛି । ପବିତ୍ର ଜାଗର ଅମାବାସ୍ୟା ଦିବସରେ ପୂଜାର୍ଚ୍ଚନା କରାଯାଇ ପରେ ଏଠାରେ ଗୁଆ ବସଯାଇ ଥାଏ । ଏହା ପରେ ମହାଦେବଙ୍କ ପକ୍ଷରୁ ସମସ୍ତ ଜିୟୁ ମାନଙ୍କ ପାଖକୁ ମେଳଣ ପାଇଁ ନିମନ୍ତ୍ରଣ ପଠାଯାଇ ମେଳଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ସୂଚନା ମୁତାବକ ଦର୍ପଣଗଡ଼ ରାଜା ଗୁଲଜାର ହୋସେନଙ୍କ ସମୟରେ ଏହି ମେଳଣ ପ୍ରଚଳିତ ହୋଇ ସାରିଥିଲା । ତେବେ ଏହି ମେଳଣର ଥାନପତି ବିମାନ ହେଉଛି କଟକ ଜିଲ୍ଲାର ନହରା ମଠ ବିମାନ । ଯେଉଁ ବିମାନରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ଠାକୁରେ ବିମାନରେ ବିଜେ ହୋଇ ଛତିଆ ଦୋଳ ମେଳଣରେ ସର୍ବ ପ୍ରଥମେ ପ୍ରବେଶ କରିଥାନ୍ତି । ଏହି ନହରା ମଠ ଏକ ହଜାର ବର୍ଷ ପୂର୍ବରୁ ପ୍ରତିଷ୍ଠା କରାଯାଇଥିବା ଏକ ପୁରାତନ ମଠ ଅଟେ । ଅନ୍ୟ ଏକ ସୂଚନା ଅନୁଯାୟୀ ୧୭୩୩ ମସିହାରୁ ମାହାଙ୍ଗା ବ୍ଲକ ମଧୁପୁର ପଞ୍ଚାୟତ ଅନ୍ତର୍ଗତ ଶଶିଲୋ ଗ୍ରାମର ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ଜିୟୁ ସୁସଜ୍ଜିତ ବିମାନରେ ବସି ଏହି ମେଳଣରେ ଯୋଗଦେଇ ଆସୁଥିବା ବେଳେ ୧୮୬୫ ମସିହାରୁ କଟକ ଜିଲ୍ଲା ମାହାଙ୍ଗା ବ୍ଳକ ଭେଡା ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଜିୟୁ ଠାକୁର ମଧ୍ୟ ଏହି ମେଳଣ ଉତ୍ସବରେ ଯୋଗଦେଇ ଆସୁଛନ୍ତି । ଯାହା ଉପରୋକ୍ତ ଦୁଇ ଗୋଟି ମନ୍ଦିର ରେକର୍ଡ଼ରୁ ଜଣାପଡିଥିବା ନେଇ ମେଳଣ କମିଟି ଆବାହକ ମିହିର ପ୍ରତାପ ଦାସ ସମ୍ବାଦକୁ ସୂଚନା ଦେଇଛନ୍ତି । ଛତିଆ ରାଜ ଦୋଳ ମେଳଣର ପ୍ରଚଳିତ ପରମ୍ପରା ଅନୁଯାୟୀ ମେଳଣରେ

ସାମିଲ ହେଉଥିବା ବିମାନକୁ ଦକ୍ଷିଣା ସ୍ୱରୂପ ମାତ୍ର ଗୋଟିଏ ଟଙ୍କା ପ୍ରଦାନ କରାଯାଉଥିଲା । ହେଲେ ଏବେ କମିଟି ପକ୍ଷରୁ ପ୍ରତି ବିମାନକୁ ଦଶ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଥିବା କମିଟି ପକ୍ଷରୁ କୁହାଯାଇଛି । ଏହି ପୁରାତନ ମେଳଣ ଉତ୍ସବରେ ପ୍ରତିବର୍ଷ ଯାଜପୁର ଓ କଟକ ଜିଲ୍ଲାର ବଡ଼ଚଣା,ମାହାଙ୍ଗା ଓ ଟାଙ୍ଗି ବ୍ଲକ ଅଞ୍ଚଳରୁ ୩୯ ଟି ବିମାନରେ ଶ୍ରୀ ଜୀୟୁ ମାନେ ଉପବେଶନ କରି ମେଳଣ ସ୍ଥଳୀକୁ ବିଜେ କରିଥାନ୍ତି । । ତେବେ ମେଳଣ ଉତ୍ସବକୁ ଅଧିକ ଆକର୍ଷିତ କରିବା ପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ଏଠାରେ ୫ ଦିନିଆ ହସ୍ତଶିଳ୍ପ ପ୍ରଦର୍ଶନୀ,ପଲ୍ଲୀଶ୍ରୀ ଓ ପୁସ୍ତକ ମେଳା ସହିତ ମେଳା ପଡ଼ିଆରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ହସ୍ତଶିଳ୍ପ ପ୍ରଦର୍ଶନୀରେ କୋରାପୁଟ, କଟକ, ଯାଜପୁର, ଢେଙ୍କାନାଳ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା ଓ ଜଗତସିଂହପୁର ସମେତ ୧୨ ଟି ଜିଲ୍ଲାରୁ ହସ୍ତଶିଳ୍ପୀ ମାନେ ଏଠାରେ ଶହେରୁ ଅଧିକ ପ୍ରଦର୍ଶନୀ ଷ୍ଟଲ ପକାଇଛନ୍ତି । ତେବେ ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହୋଇ ଆସୁଥିବା ଏହି ରାଜ ଦୋଳ ମେଳଣ ଉତ୍ସବ ପାଇଁ ଛତିଆ ଅଞ୍ଚଳ ବେଶ ଉତ୍ସବ ମୁଖର ହୋଇ ଉଠିଅଛି,ଗତ 16ତାରିଖ ଠାରୁ ଆରମ୍ଭ ହୋଇ ଆଜି ଏହି ମେଲଣ ଉଦଯାପିତ ହୋଇଅଛି, ଆବାହକ ମିହିର ପ୍ରତାପ ଦାଶ ସଭାପତି ସରପଞ୍ଚ ରମେଶ ପୃଷ୍ଟି ଜାତୀୟ ପୁରସ୍କାର ପ୍ରାପ୍ତ ଶିଳ୍ପୀ ମହେଶ୍ୱର ଓଝା ଶହ ସମ୍ପାଦକ ଭଜ ହରି ପୃଷ୍ଟିଇଞ୍ଜିନିଅର ଅକ୍ଷୟ କୁମାର ନନ୍ଦ ମାଧବାନନ୍ଦ ମହାପାତ୍ର ସନ୍ତୋଷ ମହାନ୍ତି ସନ୍ତୋଷ ପ୍ରହରାଜ ପୁର୍ଣ ଚନ୍ଦ୍ର ନନ୍ଦ ସରପଞ୍ଚ ଜୟନ୍ତୀ ସ୍ୱାଇଁ ଗୁଣ ନିଧି ସାହୁ ସମିତି ସଭ୍ୟ ଦୀପକ ସାହୁ ବ୍ରହ୍ମା ନନ୍ଦ ନାୟକ ବାବୁଲି ସାହୁ ଶ୍ୟାମ ସୁନ୍ଦର ସାହୁ ପ୍ରିୟନାଥ ପୃଷ୍ଟି ଅନନ୍ତ ଷେଣ୍ଢ କୁନା ସିଂହ ଅଶୋକ ତ୍ରିପାଠୀ ରବୀନ୍ଦ୍ର ନାଥ ରାମ ଚନ୍ଦ୍ରପାତ୍ର ବିଶ୍ୱଜିତ ତରାଇ ସରୋଜ ସିଂହ ଶରତ ପାଣିଗ୍ରାହୀ ଅଜୟ ନାଥ ଅଜୟ ବିଶ୍ୱାଳ ମନୋଜ ନାୟକ ଧୀରେନ୍ଦ୍ର ଵେଜ ଅବିନାଶ ନନ୍ଦଟୁଟୁ ସାର ଅକ୍ଷୟ ସାର ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ, ଅନ୍ୟ ସମସ୍ତେ ସହଯୋଗ କରିଥିଲେ, ବୈରୀ ଥାନା iic ଶରତ କୁମାର ନାୟକ ଛତିଆ ବିଟିହାଉସ ଅଧିକାରୀ ମହେନ୍ଦ୍ର ସେଠି ସ ଦଳ ବଳେ ଉପସ୍ଥିତ ରହିଥିଲେ,

Related Articles

Back to top button