Entertainment

ରାଜ ଦୋଳ ମିଳନ ର ଅନ୍ତିମ ସନ୍ଧ୍ୟା ରେ ଆୟୋଜିତ ପୁସ୍ତକ ମେଳା

ଆଜି ଛତିଆ ରାଜ ଦୋଳ ମିଳନ ର ଅନ୍ତିମ ସନ୍ଧ୍ୟା ରେ ଆୟୋଜିତ ପୁସ୍ତକ ମେଳା ରେ ଛତିଆ ଶିଶୁ ମନ୍ଦିର ଓ ଶଷିଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଚିତା କର୍ଷକ ନୃତ୍ୟ ପରିବେଷଣ କରି ଶହ ଶହ ଦର୍ଶକ ଙ୍କୁ ବିମୋହିତ କରିଥିଲେ, କୃତି ପ୍ରତିଯୋଗୀ ମାନଙ୍କୁ କମିଟି ତରଫରୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା, ଏହି ଅବସର ରେ ଶଷିଦେବୀ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସବିତା ବାରିକଶିକ୍ଷୟତ୍ରୀ ଗୀତି ଧାରା ପୃଷ୍ଟି ଶିଶୁମନ୍ଦିର ର ଗୁରୁମା ଦିପ୍ତିମୟୀ ବାରିକ ଓ ସୋଲର ଉର୍ଣ୍ଣିତ ପ୍ରକଳ୍ପ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଶ୍ରୀମତୀ ଆରତୀ ସିଂହ ଙ୍କୁ ମାନ ପତ୍ର ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା, ଉକ୍ତ ଦମ୍ବର୍ଦ୍ଧନ ସଭା ରେ ମେଲଣ କମିଟି ଆବାହକ ମିହିର ପ୍ରତାପ ଦାଶ ସମାଜ ସେବୀ ଅନନ୍ତ ଚରଣ ଷେଣ୍ଢ ନେଳିଆ ପଂଚାୟତ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ସ୍ୱାଇଁ ସାମ୍ବାଦିକ କାର୍ତିକ ରାଉତ ଛତିଆ ସମାଜସେବୀ ସଂଗଠନ ର ପ୍ରମୁଖ ସଦସ୍ୟ ଦୟାନିଧି ବିଶ୍ୱାଳ ଓ ପୁସ୍ତକ ମେଳା କମିଟି ର ସଭ୍ୟ ଦୁର୍ଯ୍ୟୋଧନ ଖଣ୍ଡୁଆଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ, ପୁସ୍ତକ ମେଳା କମିଟି ର ପ୍ରମୁଖ ସଦସ୍ୟ CRCC ରଶ୍ମିରଂଜନ ଷେଣ୍ଢ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଅକ୍ଷୟ ସାମନ୍ତ ରାୟ ଧନ୍ୟବାଦ ଅର୍ପଣ କରିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,

Related Articles

Back to top button