Entertainment

ହୋଟେଲ ଏମ୍ପାୟାର୍ସ ର ପଖାଳ ଦିବସ ରେ ଗ୍ରାଣ୍ଡ ଓପନିଂ

 

ପାରାଦ୍ୱୀପ –:ମାଆ ହାତ ବଢ଼ା ପଖାଳରେ ଯେଉଁ ସୁଆଦ ଭରି ରହିଥିଲା ତାକୁ ସମ୍ମାନ ଦେବାକୁ ଯାଇ ଆରମ୍ଭ ହେଲା ବିଶ୍ଵପଖାଳ ଦିବସ ! କିନ୍ତୁ ଏବର୍ଷ ବର୍ଷା ବିଗାଡି ଦେଲା ପଖାଳ ଦିବସର ମଜା !ଝିପିଝିପି ବର୍ଷା ସାଙ୍ଗକୁ ସୁଲୁସୁଲିଆ ପବନରେ ଉପଭୋଗ କରିହେଲାନି ବିଶ୍ୱ ପଖାଳ ଦିବସ କୁ ! ତଥାପି ଘରେ ଘରେ ପଖାଳ ର ସ୍ୱାଦ କୁ ଅନେକ ଆସ୍ଵାଦନ କରିଥିବା ବେଳେ ଅନେକ ପଖାଳ ପ୍ରେମୀ ହୋଟେଲ ମାନଙ୍କରେ ପଖାଳ ଦିବସରେ ଟେଷ୍ଟ କରିଛନ୍ତି ଦହି ପଖାଳ ସାଙ୍ଗକୁ ଭେଜ ଓ ନନଭେଜ ର ଫ୍ରାଇ ଫୁଡ ! ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ବନ୍ଦର ନଗରୀ ପାରାଦ୍ୱୀପ ଠାରେ ହୋଟେଲ ଏମ୍ପାୟାର୍ସ ଏକ ସାମ୍ବାଦିକ ସମ୍ମିଳନୀ ର ଆହ୍ୱାନ କରି ପଖାଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ର ଗ୍ରାଣ୍ଡ ଘୋଷଣା କରିଛନ୍ତି !ସମ୍ପୂର୍ଣ୍ଣ ଓଡ଼ିଆ ବାସ୍ନାରେ ତିଆରି ଦହିପଖାଳ, ଜିରାପଖାଳ, ଲେମ୍ବୁପଖାଳ, ଛୁଙ୍କପଖାଳ ସାଙ୍ଗକୁ ବିଭିନ୍ନ ପ୍ରକାର ଶାଗଭଜା, ଚଟଣି, ବଢିଚୁରା, କାକୁଡି, କଲରା ଚିପ୍ସ,ଆଳୁ ଚିପ୍ସ, ବାଇଗଣ ଭର୍ତ୍ତା ,ସଜନାଛୁଇଁ ଭଜା ଆଦି ଭେଜ ଆଇଟମ୍ ଏବଂ ନନଭେଜ ରେ ବିଭିନ୍ନ ପ୍ରକାର ମାଛଭଜା, ଯଥା ଚିଙ୍ଗୁଡ଼ି, ମହୁରାଳୀ, ରୋହି, ଭାକୁର, ମିରିକାଳୀ, ପୋହଳା, ଖୁରାଣ୍ଟ, କଙ୍କଡା, ଓ ଶୁଖୁଆରାଇ ସର୍ବଦା ଉପଲବ୍ଧ ହେବବୋଲି ହୋଟେଲ ତରଫରୁ ସିନିଅର ସେଫ ମନମୋହନ ମଲ୍ଲିକ, ଓ ଜେନେରାଲ ମ୍ୟାନେଜର ସନ୍ତୋଷ ମିଶ୍ର ସାମ୍ୱାଦିକ ମାନଙ୍କୁ ସୂଚନା ଦେଇଥିଲେ !ବିଶ୍ୱ ପଖାଳ ଦିବସରେ ବିଶ୍ୱସ୍ତରୀୟ ଚିନ୍ତାଧାରା ନେଇ ଅତ୍ୟନ୍ତ ଆନନ୍ଦ ଉତ୍ସାହ ସହିତ ପଖାଳଦିବସ ପାଳନ କରିବା ସହିତ ପଖାଳ କୁ ନେଇ ଗ୍ରାଣ୍ଡ ଓପନିଂ ଘୋଷଣା କରାଯାଇଥିଲା ! ଏହି ପଖାଳ ଭୋଜନ ପାଇଁ ଭେଜ ର ମୂଲ୍ୟ ୫୯୯ ଟଙ୍କା ଥିବା ବେଳେ ନନଭେଜ ଭୋଜନ ପାଇଁ ୭୯୯ ଟଙ୍କା ମୂଲ୍ୟ ଘୋଷଣା କରାଯାଇଛି !ଦିନକୁ ଦିନ ପଖାଳ ର ଚାହିଦା ବଢୁ ଥିବାରୁ ହୋଟେଲ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବାର ସୂଚନା ମିଳିଛି !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button