ଉଦଯାପିତ ହେଲା ବ୍ରାହ୍ମଣୀର ବଉଲ ମହୋତ୍ସବ ମନ ମୋହିଲା ନାଟକ “ଉଠପୁତା ଉଠ”


କଣ୍ଟାମାଳ, ତା୧୯।୩:-( ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଖଟଖଟିଆ ପଞ୍ଚାୟତ ବ୍ରାହ୍ମଣୀଠାରେ ୬ଷ୍ଟ ନାଟକ ଓ ଲୋକ ମହୋତ୍ସବ ‘ବଉଲ’ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସତ୍ୟବାନ ବସ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ସଂଧ୍ୟାରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ସମ୍ମାନୀତ ଅତିଥିଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ଜିଲାପରିଷଦ ଜୋନ -୨ର ସଦସ୍ୟ ପଦ୍ମାଳୟା ପ୍ରଧାନ, ସମାଜସେବୀ ଶ୍ରୀକାନ୍ତ ମିଶ୍ର,ଯୁବନେତା ବିଜିତ ପ୍ରଧାନ,ଶ୍ରମିକ ନେତା ସରୋଜ ପ୍ରଧାନ, ଯୁବଉଦ୍ୟୋଗୀ ଶିତିକଣ୍ଠ ମିଶ୍ର ପ୍ରମୁଖ ଯୋଗଦେଇ ନାଟକ ଓ ଲୋକକଳାକୁ ଗ୍ରାମାଞ୍ଚଳରେ ବଞ୍ଚାଇ ରଖିବାର ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ। ସେହିପରି ମୂଖ୍ୟ ବକ୍ତା ଭାବେ ବରିଷ୍ଠ ବିଜେପି ନେତା କହ୍ନେଇ ଚରଣ ଡାଙ୍ଗ ଯୋଗ ଦେଇ ବର୍ତ୍ତମାନ ନାଟକ ଓ ଲୋକକଳାର ପୁନଃଉଦ୍ଧାର ନିମନ୍ତେ ସ୍ଥାୟୀ ମଞ୍ଚ ଓ ପ୍ରୋତ୍ସାହନ ଆବଶ୍ୟକତା ଉପରେ ବ୍ରକ୍ତବ୍ଯ ରଖିଥିଲେ। କାର୍ଯ୍ୟକ୍ରମରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଯୁବ ନୃତ୍ୟ ନିର୍ଦ୍ଦେଶକ ସଂଜୟ ସାହୁ କରିଥିବା ବେଳେ ବରିଷ୍ଠ ନାଟ୍ୟକାର ହରିହର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ଅବସରରେ ମଞ୍ଚନାଟକର ବିଶିଷ୍ଟ କଳାକାର ମାଧବ ଚନ୍ଦ୍ର ଖେତୀ ଓ ତବଲା ବାଦକ ସାର୍ତ୍ତିକ ପ୍ରଧାନ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଟ୍ୟକାର ହରିହର ପ୍ରଧାନଙ୍କ ରଚିତ ଓ ନିର୍ଦ୍ଦେଶିତ ସଚେତନତା ଧର୍ମୀ ନାଟକ “ଉଠପୁତାଉଠ” ଲୋକଙ୍କ ମନ ମୋହିନେଇଥିଲା । ଏହାପରେ ଜିଲ୍ଲା ସଂସ୍କୃତି ବିଭାଗ ପ୍ରଦତ୍ତ ବଉଲି କଳାପରିଷଦ ବରପଦରର କଳାକାରଙ୍କ ସମ୍ବଲପୁରୀ ନୃତ୍ୟର ଶରକେଳି,ଜାମୁଡ଼ାଲି ,ଗୁନଚା ମୂଷା ଓ ସୁରସଙ୍ଗମ ଲୋଇସିଂହା(ଶଙ୍କର) ଲିକିର ଝିକିରି,ବିହା ଓ ବାଉଁଶୁଣି କଳା ପରିଷଦର ର କଳାକାରଙ୍କ ନୃତ୍ୟ ସହ ଶ୍ରୀଜଗନ୍ନାଥ ଉଚ୍ଚବିଦ୍ୟାପୀଠ ,ଉପ୍ରା ବିଦ୍ୟାଳୟ ଖଟଖଟିଆ ର ଛାତ୍ରୀଙ୍କ ଉଚ୍ଚକୋଟୀର ନାଚ ମଧ୍ୟରାତ୍ରୀ ଯାଏଁ ଦର୍ଶକଙ୍କ ମନ ମୋହିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ବରିଷ୍ଠ କଳାକାର ଲିଙ୍ଗରାଜ ପ୍ରଧାନ,ନାଟ ଏଣ୍ଡ କଲଚାରଲ ଏସୋସିଏସନର ସଭାପତି ଅର୍ଜୁନ ପ୍ରଧାନ, ସଂପାଦକ ନେପାଳ ପଲିଆ ସଦସ୍ୟ ଶିବ କମ୍ପ, ଜୟ ପ୍ରଧାନ, କୁଶ ପ୍ରଧାନ, ପ୍ରହଲ୍ଲାଦ ଅମାତ,ସୁକାନ୍ତ ପ୍ରଧାନ,ଫକୀର ବସ୍ତିଆ, ରାଜକୁମାର ତ୍ରିପାଠୀ, ରିଲୁ ପ୍ରଧାନ,ମେନ ପାତ୍ର, ଗଣେଶ ମେଣ୍ଡେଲି, ସିପୁନ ପାଢ଼ୀ, ଇନ୍ଦ୍ରଜିତ ଅମାତ,କମଳ କର୍ଣ,ତ୍ରିପୁରାରି ପ୍ରଧାନ, ମନ୍ଥନ କର୍ଣ୍ଣ ଏବଂ ଅନୁଷ୍ଠାନର ସମସ୍ତ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁରେନ୍ଦ୍ର କର୍ଣ୍ଣ, ସଂଜୟ ସାହୁ ପରିଚାଳନା କରିଥିବାବେଳେ ବରିଷ୍ଠ କଳାକାର ବାମନ ଚରଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।




