Entertainment

ଗେଙ୍ଗୁଟିଆ ଗ୍ରାମର ୧୮୬ତମ ବାଦପାଲା କାର୍ଯ୍ୟକ୍ରମ

 

ଢେଙ୍କାନାଳ, ୧୭/୩: ସଦର ବ୍ଲକ୍ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମରେ ୧୮୬ତମ ବାଦପାଲା ଗତ ୧୬ ତାରିଖରୁ ଅନୁଷ୍ଠିତ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ୫ରାତ୍ର ପାଲା ଅନୁଷ୍ଠିତ ହେବ । କୈଳାସ ଚନ୍ଦ୍ର ପାଣି ଓ ଗାୟକପ୍ରଜ୍ଞା କଳାକାର ନାୟକ ପାଲା ପରିବେଷଣ କରୁଅଛନ୍ତି । ଶ୍ରୀ ସତ୍ୟନାରାୟଣ ଗ୍ରାମ୍ୟ କମିଟିର ପ୍ରତ୍ୟକ୍ଷ ଓ ପରୋକ୍ଷ ପରିଚାଳନାରେ ଏହି ଆଧ୍ୟାତ୍ମିକ, ଧାର୍ମିକ ଅନୁଷ୍ଠାନର କାର୍ଯ୍ୟକ୍ରମ ଚାଲୁଅଛି । ଏଥିରେ ଗ୍ରାମର ଉପଦେଷ୍ଟ କମିଟି, ଗ୍ରାମ୍ୟ କମିଟିର ସଭାପତି ରମେଶ ଚନ୍ଦ୍ର ରାଉତ, ସମ୍ପାଦକ ନବ କିଶୋର ସାହୁଙ୍କ ସମେତ ଉପଦେଷ୍ଟା କମିଟିର ପ୍ରସନ୍ନ କୁମାର ସାହାଣୀ, ନିତ୍ୟାନନ୍ଦ ମଲ୍ଲିକ, ଆମ ପଂଚାୟତ ଆମ ବିକାଶର ଅଧ୍ଯକ୍ଷ ରଞ୍ଜନ ମଲ୍ଲିକ (ରଣଜିତ୍), ୧୦ ଗୋଟି ସାହିର ସଭାପତି ବା ମୁରବୀ, କମିଟିର ସକ୍ରିୟ ସଦସ୍ୟଗଣ ସମେତ ସମସ୍ତ ଗ୍ରାମବାସୀଙ୍କ ଅକୁଣ୍ଠିତ ଉତ୍ସାହ ସହ ଏହି କାର୍ଯ୍ୟକ୍ରମ ଶୃଙ୍ଖଳାର ସହ ଚାଲୁଅଛି । ଆସନ୍ତା ୨୧ ତାରିଖ ଗୁରୁବାର ଦିନ ଶ୍ରୀ ଜୀଉଙ୍କର ମହା ସିରିଣି ଉତ୍ସବ ପାଳନ ପାଇଁ ସ୍ଥିର କରାଯାଇଅଛି । ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ଶ୍ରୀ ଜୀଉଙ୍କର ବାର୍ଷିକ ଉତ୍ସବ ବା ଜନ୍ମୋତ୍ସବ ଗତ ୧୫ ତାରିଖରେ ଦେବକାର୍ଯ୍ୟ ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଉକ୍ତ ଯଜ୍ଞରେ ମନ୍ଦିର ମାର୍ପତଦାର ନବ କିଶୋର ସାହୁ ସସ୍ତ୍ରୀକ ସହ କର୍ତା ଭାବେ ପୂଜା କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ପୂଜକ ଶାନ୍ତନୁ ମିଶ୍ର, ଦୈନିକ ପୂଜକ ନରନନ୍ଦ ଓ ସୁକାନ୍ତ ରଥଙ୍କ ଦ୍ବାରା ସକାଳ ୭ ଘଟିକା ଠାରୁ ଦିବା ୧୨ ଘଟିକା ପର୍ଯ୍ୟନ୍ତ ପୂଜା କାର୍ଯ୍ୟ ଚାଲିଥିଲା । ଏହା ସହିତ ଦିବା ୧୨.୩୦ ଠାରୁ ୨ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ପାଇଁ ପ୍ରସାଦସେବନ କାର୍ଯକ୍ରମ ହୋଇଥିଲା। ଶ୍ରୀ ସତ୍ୟନାରାୟଣଙ୍କ ଭକ୍ତ ଗୋପୀନାଥ ରାଉତ ପ୍ରସାଦସେବନକୁ ଅର୍ପଣ କରିଥିଲେ । ମଧ୍ୟାହ୍ନରେ ଖଣି, ଇସ୍ପାତ ଓ ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଜଗନ୍ନାଥ ସଂସ୍କୃତି ଭବନ, ଗେଙ୍ଗୁଟିଆ ମାର୍କେଟ୍ କଂପ୍ଲେକ୍ସ, ଆମ ବ୍ୟାଙ୍କକୁ ଜନସାଦାରଣଙ୍କ ଉପଯୋଗ ପାଇଁ ଲୋକାର୍ପଣ କରିଥିଲେ । ଅପରାହ୍ନ ୪ ଘଟିକା ରେ ଶ୍ରୀ ଜୀଉଙ୍କର ଚଳନ୍ତି ପ୍ରତିମା ଗ୍ରାମର ୯ ଗୋଟି ଓ୍ବାର୍ଡକୁ ୭ ଗୋଟି ସଂକୀର୍ତନ ମଣ୍ଡଳୀ, ଲଉଡିଖେଳ ଓ ଶହଶହ ଭକ୍ତଙ୍କ ଗହଣରେ ନଗର ପରିକ୍ରମା ହୋଇଥିଲା । ପ୍ରତ୍ୟେକ ପରିବାର ପୂର୍ଣ୍ଣ କଳସ ସହ ଧୂପ/ ଦୀପ ସହ ଅରୁଆ ଚାଉଳ ଦୁବ ବରକୋଳି ପତ୍ର ଦେଇ ବନ୍ଦାପନା କରିଥିଲେ । ଏହି ସବୁ କାର୍ଯ୍ୟକ୍ରମକୁ ଯୁବଗୋଷ୍ଠୀମାନଙ୍କ ସହ ସେଚ୍ଛାସେବକଙ୍କ ଦ୍ବାରା ଶୃଙ୍ଖଳାର ସହ ଶେଷ ହୋଇଥିଲା।

Related Articles

Back to top button