ଦୁଇଟି ବରଗଛ “ନବଦମ୍ପତ୍ତିଙ୍କ ବୈବାହିକ ସ୍ମୃତିରେ……


ତିର୍ତ୍ତୋଲ :- ସାଙ୍ଗର ବାହାଘର ପାଇଁ ଖୋଜା ପଡିଲା ଉପହାର !ବଜାରରେ ମିଳୁଥିବା ଉପହାର ଗୁଡିକ ନିଶ୍ଚିତଭାବେ କ୍ଷଣିକ ଓ ଅସ୍ଥାୟୀ ! କୋଉ ଉପହାର ଦୀର୍ଘସ୍ଥାୟୀ ଆଉ ସ୍ମୃତିବାହକ ହୋଇପାରିବ ! ସମସ୍ତ ସାଙ୍ଗମାନେ ଚିନ୍ତିତ ହୋଇ ପଡିଲେ ! ହଠାତ ମନକୁ ଜୁଟିଲା ଅଦ୍ଭୁତ ବିଚାର ! ନବଦମ୍ପତ୍ତିଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇ ବିବାହଭୋଜୀ ଦିନ ଭେଟିଦେଲେ ଦୁଇଟି ବରଗଛ !ଏଠାରେ ପ୍ରେମକୁ ଅମର ରଖିବାକୁ ତାଜମହଲ ଗଢିବା ଦରକାର ନାହିଁ ! ଦୁଇଟି ହୃଦୟର ଦୁଇଟି ବରଗଛ ପ୍ରେମର ସ୍ମୃତି ବହନ କଲେ ଉପହାର ଦାତା ଓ ଗଛର ଯତ୍ନକାରୀ ବୃଦ୍ଧିକାରୀ ବି ଚିର ସ୍ମୃତିହୋଇ ଯୁଗଯୁଗକୁ ରହିଯିବେ ! ରହିଯିବ ପରିବେଶ ପ୍ରଦ୍ୟୁଷଣ ର ବାର୍ତ୍ତା ! ବୃକ୍ଷରୋପଣ କରିବାର ସନ୍ଦେଶ ପାଇଯିବେ ଆଖପାଖ ପଡୋଶୀ ଓ ସାଙ୍ଗସାଥି ମାନେ ! ବାସ୍ତବ ରେ କି ଅଭିନଵ ପ୍ରୟାସ ? ଏହି ପରିବେଶ ସ୍ୱଛତା ର ବାର୍ତ୍ତା ବହନକାରୀ ଘଟଣାଟି ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ର ଅଲଣା ଗ୍ରାମର ଦିଗଦର୍ଶୀ ସିଦ୍ଧାର୍ଥ ପଲାଇ ଓ ଅରୁନ୍ଧତୀ ଦାସ ଙ୍କ ବିବାହ ଉତ୍ସବରେ !ଶ୍ରୀ ଶ୍ରୀ ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟର ୨୦୧୦ ମାଟ୍ରିକବ୍ୟାଚ ର ଛାତ୍ରମାନେ ନବ ଦମ୍ପତ୍ତି ଙ୍କୁ ଉପହାର ଦେଇଛନ୍ତି ଦୁଇଟି ବରଗଛ ! ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ର ବାର୍ତ୍ତା ବହନ କରୁଥିବା ଏହି ଉପହାର ଯୁଗଯୁଗକୁ ପ୍ରେମର ପ୍ରତୀକ ସ୍ୱରୂପ ନବବିବାହିତ ଦମ୍ପତିଙ୍କ ଏକ ଚିରସ୍ଥାୟୀ ସ୍ମୃତିର ସ୍ମାରକ ହୋଇରହିବ ବୋଲି ଛାତ୍ର ମାନେ ଏକ ପୋଷ୍ଟରରେ ଲେଖି ଜଣେଇବା ସହିତ କବିତା ମାଧ୍ୟମରେ ନବ ଦମ୍ପତ୍ତି ଙ୍କ ଦୀର୍ଘାୟୁ କାମନା କରିଥିଲେ। ଏହି ବରଗଛ ଉପହାର ର ନୂତନ ପ୍ରୟାସ କୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ବେଶ୍ ପ୍ରଶଂସା କରିବା ସହିତ ସାଙ୍ଗମାନଙ୍କ ଉପହାର ପାଇଁ ନବ ଦମ୍ପତ୍ତି ମଧ୍ୟ ବେଶ୍ ଆନନ୍ଦ ପ୍ରକାଶ କରିଥିବାର ଜଣାଇଛନ୍ତି ।
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




