ଜାତୀୟ କଂଗ୍ରେସ ପକ୍ଷରୁ ପରିବର୍ତ୍ତନର ସମାବେଶ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତା

ନିଆଳି ନିର୍ବାଚନମଣ୍ଡଳୀର କଣ୍ଟାପଡ଼ା ବ୍ଳକ ଅଡଶପୁର ଜୟ ଦେବସାଧନାପୀଠପଡ଼ିଆରେ କଂଗ୍ରେସ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ଶୋଭାଯାତ୍ରା ବରାହିପୁରକୋଚିଲା ଗୋସେଇଁ ମନ୍ଦିର ପ୍ରାଙ୍ଗଣରୁ ଶୁଭାରମ୍ଭ କରାଯାଇପଦଯାତ୍ରାରେଅଡଶପୁର ପଡ଼ିଆଠାରେ ଏକତ୍ରିତ ହୋଇଥିଲେ । ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଦଳକୁ ଆଗକୁ ନେବା ପାଇଁ ଏହି ଯେଉଁ କଂଗ୍ରେସର ପରିବର୍ତନର ବାର୍ତ୍ତା ଚାଲିଛି ।କଂଗ୍ରେସର ବିଜୟ ଲାଭ ପାଇଁ ତାକୁ ପ୍ରତିବାଦ କରି ଗରିବ, ଖଟିଖିଆଙ୍କୁ ଆଗକୁ ଆଣିବାପାଇଁ ପର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନ୍ଗୋ ଙ୍କ ନେତୃତରେ ୧୪ଟି ପଞ୍ଚାୟତର ଲୋକଙ୍କୁ ଏକାଠି କରି ଆଗକୁ ବଢିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିବା ଦେଖିବାକୁ ମିଳିଥିଲା । ଏଥିରେ ମୁଖ୍ୟଅତିଥି –ପର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନ୍ଗୋ,ପର୍ବତନ ଏମ୍.ଏ,ଏଲ୍,ରବିମଲ୍ଲିକ,ସାଧାରଣ ସମ୍ପାଦକ, ଆଲୋକ ଲେଙ୍କା, ପୂର୍ବତନ ସରପଞ୍ଚ -ଭାରତଚନ୍ଦ୍ର ବେହେରା, ଓଡ଼ିଶାର ସାଧାରଣ ସମ୍ପାଦକ-ଶଶୀକାନ୍ତ ଲେଙ୍କା, ବରିଷ୍ଠ ସାମ୍ବାଦିକ-ବଜ୍ରିନାରାୟଣ ମିଶ୍ର,କଟକ ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ମହୋଦୟାଉପସ୍ଥିତ ରହି ସଭାକାର୍ଯ୍ୟ ଆରମ୍ଭ କରିଥିଲେ।୨୪ ବର୍ଷର ଶାସନକାଳ ଭିତରେ ଶାସକଦଳ ଲୋକମାନଙ୍କୁ କିଭଳି ଭାବରେ ଭୁଆଁ ବୁଲାଇ ଚାଲିଛି ତାଙ୍କ ଦଳଆଗକୁ ନିର୍ବାଚନକୁ ଆସିଲେ ଲୋକମାନଙ୍କକିଭଳି ଆହୁରି ପରିବର୍ତ୍ତନ ଆସିପାରିବ ଆଗକୁ ବଢି ପାରିବେ ସେଦିଗକୁ ଲକ୍ଷ୍ୟ ରଖି ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ତାଙ୍କ ବାର୍ତା ମାଧ୍ୟମରେ ଲୋକଙ୍କୁ ଶୁଣାଇଥିଲେ। ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିଲା । ଆଗକୁ କିଭଳି ପରିବର୍ତନ ଆସିବ ସେ ବିଷୟରେ ଉଦବୋଧନ ଦେଇଥିଲେ । କଣ୍ଟାପଡାରୁ ରିପୋର୍ଟ ପୁଷ୍ପଲତା-ସମର୍ଥ ନିୟୁଜ-ଓଡ଼ିଶା




