ଘଣ୍ଟାପଡା-ରେକଡୋଲ ସମଲେଶ୍ୱରୀ ନାଳ ଉପରେ ନୂତନ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ କଲେ ବିଧାୟକ


କଣ୍ଟାମାଳ, 13/03/24 (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡା ଠାରେ ବିଧାୟକ ମହିଧର ରଣା ସମଲେଶ୍ୱରୀ ନାଳ ଉପରେ ନୂତନ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ଅନୁଷ୍ଠାନିକଭାବେ ଶିଳାନ୍ୟାସ କରିଛନ୍ତି l ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁଷ୍ମନ୍ତ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହିଧର ରଣା ଯୋଗଦେଇଥିଲେ । ମନମୁଣ୍ଡା-ସିନ୍ଧୁଗୋରା ୪୧ନଂ ରାଜ୍ୟ ରାଜପଥର ଘଣ୍ଟାପଡା ଠାରୁ ରେକଡୋଲ କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ସମଲେଶ୍ୱରୀ ନାଳ ଉପରେ ନୂତନ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ବହୁ ଦିନରୁ ବିଧାୟକ ନିଜେ ଦାବି କରିଆସୁଥିଲେ l ଶେଷରେ ଏହି ବର୍ଷ ସମଲେଶ୍ୱରୀ ନାଳ ଉପରେ ନୂତନ ସେତୁ ନିର୍ମାଣ ପାଇଁ ପ୍ରାୟ ୧୭ କୋଟି ବ୍ୟୟ ଅଟକଳର ପ୍ରକଳ୍ପକୁ ସରକାର ମଂଜୁର କରିଛନ୍ତି l ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ସସ୍ମିତା ସେନାପତି, ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ସାହୁ, ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, ଘଣ୍ଟାପଡ଼ା ସରପଞ୍ଚ ରୀତା କହଁର, ଶିକ୍ଷାବିତ ନିଳାଚଳ ଭୋଇ,ସହକାରୀ ଯନ୍ତ୍ରୀ ରାଜକିଶୋର ମଲିକ, କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର କୁମାର ଆଚାରୀଙ୍କ ସମେତ ଅଂଚଳର ବୁଦ୍ଧିଜିବୀ ଓ ଜନସାଧାରଣ ଉପସ୍ଥିତ ଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




