Entertainment

ଆଶୀର୍ବାଦ ଅନୁଷ୍ଠାନ ର ଅଷ୍ଟମ ସିଦ୍ଧେଶ୍ବରୀ ମହୋତ୍ସବ ଅନୁଷ୍ଠିତ

 

ଢେଙ୍କାନାଳ, ୧୨/୩: ଢେଙ୍କାନାଳ ଆଶୀର୍ବାଦ ସେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ୯ମ ସିଦ୍ଧେଶ୍ଵରୀ ମହୋତ୍ସବ ଏବଂ ଅନୁଷ୍ଠାନର ବାର୍ଷିକ ଉତ୍ସବ ଦିଘି ଗ୍ରାମପଂଚାୟତର ପ୍ରଭୁ ଶ୍ରୀ ଦିଗମ୍ବରେଶ୍ବର ମନ୍ଦିର ଠାରେ ଗତ ୧୧ ତାରିଖ ସୋମବାର ଦିନ ସରପଂଚ ପ୍ରବୋଧ କୁମାର ଦାଶ ମୁଖ୍ୟ ଅତିଥ୍, ଗ୍ରାମ ସଭାପତି ପ୍ରତିମା ସାମଲ ମୁଖ୍ୟବକ୍ତା, ମଙ୍ଗୁଳି ଚରଣ ପୁହାଣ, ବିଶ୍ୱଜିତ୍ ବିଶ୍ବାଳ ସମ୍ମାନିତ ଅତିଥ୍‌ ଭାବେ ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲେ । ଲୋକକଳା ଓ ସଂସ୍କୃତିକୁ ବଜାୟ ରଖୁବା ପାଇଁ ଅନୁଷ୍ଠାନମାନଙ୍କୁ ବଂଚାଇ ରଖିବା ପାଇଁ ସରକାରୀ ପ୍ରୋତ୍ସାହନର ମଧ୍ୟ ଆବଶ୍ୟକ‌ତା ରହିଛି । ଏହିଭଳି ସେଚ୍ଛାସେବୀ ଅନୁଷ୍ଠାନମାନଙ୍କର ସହଯୋଗ ମାଧ୍ୟମରେ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରା ବଂଚି ରହିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ପ୍ରଜ୍ଞା ପରମିତା ପରିଡାଙ୍କୁ ଶଂଖ ବାଦନ, ମଂଜରି ସାଇଁଙ୍କୁ ହୁଳହୁଳି, ପୂଜା ପରିଡାଙ୍କୁ ଚିତ୍ରାଙ୍କନ ଓ ମୁରୁଜ ପକା, ସଙ୍ଗୀତରେ ବିରଂଚି ଲେଙ୍କା, ନୃତ୍ୟରେ ଶିବନ୍ୟା ବିଶ୍ଵାଳ, ଲୋକକଳା ରାଧାରମଣ ମହିଳା ସଂକୀର୍ତନ ମଣ୍ଡଳୀଙ୍କୁ ଶ୍ରେଷ୍ଠ ଟ୍ରଫି ସହିତ ନଗଦ ରାଶି, କେନ୍ଦୁଢିପି ସଂକୀର୍ତନ ମଣ୍ଡଳୀଙ୍କୁ ଗୌଡବାଡି ନୃତ୍ୟ ଦଳ ସହିତ ରଚିତା ଡ୍ୟାନ୍ସ ଗ୍ରୁପ୍‌କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ ଓ ସମ୍ବଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବନଜା ମାନସିଂ ସଭାପତିତ୍ୱ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ଖଗେଶ୍ବର ରାଉତ, ରଞ୍ଜନ ସାହୁ, ସତୀଶ କୁମାର ପ୍ରଧାନ, ଅଭିମନ୍ୟୁ ନାଏକ, ଝିଲ୍ଲୀ ଦାସ, ଶକୁନ୍ତଳା ଦାସ, ରଞ୍ଜୁବାଳା ନାୟକ, ଶୁଭଶ୍ରୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ସମ୍ନାରାଣୀ ଜେମସ୍ ମଂଚ ପରିଚାଳନା କରିଥିଲେ ‌। ଆଶୀର୍ବାଦ ଅନୁଷ୍ଠାନର ସମ୍ପାଦକ ଅମ୍ବିକା ପ୍ରସାଦ ମିଶ୍ର ବିବରଣୀ ପାଠ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Back to top button