Politics

କଣ୍ଟାମାଳ ବିଜେଡିର ପରିବାର ସଂପର୍କ ପଦଯାତ୍ରା ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

କଣ୍ଟାମାଳ, ୧୦/୩:(ପ୍ରଭାତ କୁମାର ସାହୁ)ରବିବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଶୁଣ୍ଢିପଦର ପଞ୍ଚାୟତର ବାର୍ତୋଲ ଏବଂ କୁଣ୍ଡିପଦରଗ୍ରାମରେ ବିଜେଡିର ପରିବାର ସଂପର୍କ ପଦଯାତ୍ରା ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ କରାଯାଇଛି। ଓଡ଼ିଶା ରାଜ୍ୟରେ ବିଜେଡି ଓ ବିଜେପିର ମେଣ୍ଟର ସମ୍ଭାବନା ଥିଲେ ସୁଦ୍ଧା ନିରବରେ ବସି ନାହାନ୍ତି କଣ୍ଟାମାଳ ବିଧାୟକ ମହିଧର ରଣା । ଓଡ଼ିଶା ସରକାରଙ୍କ ଜନହିତ କାର୍ଯ୍ୟକୁ ଘରେ ଘରେ ସଚେତନ କରିବା ସଂଗେ ସଂଗେ ବଳୀୟ ଶଙ୍ଖଚିହ୍ନର ଷ୍ଟିକର ପ୍ରତି ଘରକୁ ଘର ଯାଇ ଲଗାଯାଇଛି। ଦଳ ପ୍ରତି ଲୋକଙ୍କ ଅଗାଢ଼ ବିଶ୍ୱାସ ,ଭରସା ଓ ଭଲପାଇବା ମିଳିବାରେ ଲାଗିଥିବା ହେତୁ ସେ ଦଳୀୟ ପ୍ରଚାର ତଥା ଓଡ଼ିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର ଓ ପ୍ରସାର ପାଇଁ ଯୋର କରିଦେଇଛନ୍ତି। ପ୍ରତି ଘରେ ଘରେ ସଂପର୍କ ସ୍ଥାପନ ପାଇଁ ନିଜ ପ୍ରତିନିଧି ସୁଧାଂଶୁ ଶେଖର ରଣାଙ୍କ ସହ କଣ୍ଟାମାଳ ବ୍ଳକ ଅଧ୍ୟକ୍ଷା ସସ୍ମିତା ସେନାପତି, କଣ୍ଟାମାଳ ବ୍ଳକ ବିଜେଡି ସଭାପତି ପ୍ରେମ ରାଜ ରଣା, ବରିଷ୍ଠ ନେତା କାମ ପାଳ ବସ୍ତିଆ,ସମିତି ସଭ୍ୟା ଶୀଳାବତୀ ବସ୍ତିଆ, ବରିଷ୍ଠ, ନାଏବ ସରପଞ୍ଚ ଯୁଧିଷ୍ଠିର ମହାକୁଡ଼, ବରିଷ୍ଠ ବିଜେଡି ନେତା ଜାନି ସେନାପତି, ମିଶନଶକ୍ତିର ମହିଳା କର୍ମୀ , ୱାର୍ଡସଭ୍ୟ ଏବଂ ଛାମୁଆ ବିଜେଡି ସଂଗଠନର କର୍ମକର୍ତ୍ତ ଙ୍କ ସମେତ ବିଜେଡି ସମର୍ଥକମାନେ ଯୋଗଦେଇ ପଦଯାତ୍ରାରେ ସାମିଲଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button