ଆନ୍ତରଜାତୀୟ ମହିଳା ଦିବସ “ଅନୋଖୀ” ପାଳିତ.


ଭୁବନେଶ୍ୱର ଆଜି ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନ୍ନପୂର୍ଣ୍ଣା ଫାଇନାନ୍ସ ଓ ପିପୁଲସ ଫୋରମ ମିଳିତ ଭାବେ ଆନ୍ତରଜାତୀୟ ମହିଳା ଦିବସ “ଅନୋଖୀ” 2024ପାଳିତ ହୋଇଯାଇଛି. ଅନ୍ନପୂର୍ଣ୍ଣା ଫାଇନାନ୍ସର ଅଧକ୍ଷ ତଥା ପରିଚାଳନା ନିର୍ଦେଶକ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ମହିଳା ଦିବସ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ମହିଳା ମାନଙ୍କୁ ପୁରସ୍କୃତ କରାଯିବା ସହ ସ୍ୱୀକୃତି ପ୍ରଦାନ କରାଯାଇଥିଲା. ଅନ୍ନପୂର୍ଣ୍ଣା ଫାଇନାନ୍ସ ଦେଶରେ ତଥା ରାଜ୍ୟରେ 30ହଜାରରୁ ଉର୍ଧ୍ଵ ମହିଳାଙ୍କ କାପାସିଟି ବିଲଡିଂ କରିବା ଓ ଋଣ ଦେଇ ରୋଜଗାର କ୍ଷମ କରାଇ ସ୍ୱାବଲମ୍ବୀ କରିବା ଦିଗରେ ନିରନ୍ତର ପ୍ରୟାସ କରିଚାଲିଛି. ମହିଳା ମାନେ ମଧ୍ୟ ଭଲ କାମକରି ନିଜର ଓ ରାଜ୍ୟର ଉନ୍ନତିରେ ଭାଗିଦାର ହୋଇପାରିଛନ୍ତି ଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତଥା ବ୍ୟାଙ୍କ ମାନେ ସପୋର୍ଟ ଦେଉଥିବାରୁ ସାମୁହିକ ବିକାଶରେ ସମ୍ଭବ ହୋଇ ପାରୁଛି ଏବଂ ଆମେ ଅପହଞ୍ଚ ଅସୁବିଧାରେ ଥିବା ମହିଳା ମାନଙ୍କ ପାଖରେ ପହଂଚି ସାହାଯ୍ୟ କରିପାରୁଛୁ ବୋଲି କହିଛନ୍ତି ନିର୍ଦେଶକ ଦିବ୍ୟ ଜ୍ୟୋତି ପଟ୍ଟନାୟକ. ବିଭିନ୍ନ କ୍ଷେତ୍ରରେ କର୍ମଜୀବି ମହିଳା ମାନେ ଆଗକୁ ଆସି ବହୁ ଆଚିଭମେଣ୍ଟ କରୁଛନ୍ତି ଆମେ ସେମାନଙ୍କୁ ରେକଗ୍ନିଶନ ଦେଉଛୁ, ବିଶେଷ କାରି ମେଲ ଡୋମିନେଟେଡ଼ ଜବ ରୋଲରେ କାମ କରି ଯଥା ମହିଳା ମାନେ ଅଟ ଡ୍ରାଇଭିଂ ହେଉ କି ବସ କଣ୍ଡକ୍ଟର ହେଉ, ସେ ହୋମ ଗାର୍ଡ ହେଉ କି କନେଷ୍ଟବଳ ହେଉ ସେମାନଙ୍କୁ ସୋସିଆଲ ରେକଗ୍ନିଶନ ବା ସ୍ୱୀକୃତି ଦେବା ସହ ସମ୍ମାନିତ କରିବା ଆମର ମୂଳ ଉଦେଶ୍ୟ ଅଟେ ଓ ଆଜିର ନୂଆ କାର୍ଯ୍ୟକ୍ରମ ଦେଶ କି ବେଟିଆଁ ପେହେଚାନ ହମାରା ହେଁ କୁ ଆଗେଇନେବା ପାଇଁ କାମ କରିବାକୁ ବଦ୍ଧ ପରିକର ବୋଲି କହିଛନ୍ତି ଅନ୍ନ ପୂର୍ଣ୍ଣା ଫାଇନାନ୍ସର ଏଚ ଆର ମ୍ୟାନେଜର ଅଙ୍କିତା ନାୟକ.
ରିପୋର୍ଟ ଦେବ ପ୍ରସାଦ ମହାନ୍ତି.




