କଂଗ୍ରେସ ର ଲୋକପ୍ରିୟତା ବଢୁଛି ବୋଲି ବିରୋଧୀ ଙ୍କ ପଛ ହେମାଳ ଲାଗିଲାଣି!


ତିର୍ତ୍ତୋଲ :- ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅତୀତରେ ରାଜନୀତିର ସ୍ୱତନ୍ତ୍ରତା ବଜାୟ ରଖିଥିବା ବେଳେ ଦୀର୍ଘ ଦଶନ୍ଧି ଧରି ଏକରକମ ସ୍ଥାଣୁ ହୋଇ ରହି ଆସିଛି !ଯିଏ ବି ବିଧାୟକ ଆସନ ଅଳଙ୍କୃତ କରିଛନ୍ତି ସମସ୍ତ ବିଧାୟକ ନିଜକୁ ଅପାରଗ ବୋଲି ପ୍ରତି ପାଦିତ କରିଛନ୍ତି !ଭୋଟ ସମୟର ପ୍ରତିଶୃତି କେବଳ କଥାରେ ରହିଯାଇଛି !ବିନା ମନ୍ତ୍ରୀ ପଦରେ କିଏ ବା ପ୍ରତିଶୃତି ରାକ୍ଷକରି ପାରିବ ? କହିବାକୁ ଗଲେ ତିର୍ତ୍ତୋଲ ଏପର୍ଯ୍ୟନ୍ତ ଜଣେ ଯୋଗ୍ୟ କି ଯୋଗ୍ୟା ପ୍ରାର୍ଥୀ ବା ପ୍ରାର୍ଥୀନୀ ପାଇପାରିନାହିଁ !ତିର୍ତ୍ତୋଲର ଅତୀତ କହେ ନିଶାମଣୀ ଖୁଣ୍ଟିଆ କଥା ! ପ୍ରତାପ ଚନ୍ଦ୍ର ମହାନ୍ତି କଥା ଏବଂ ଉପମୁଖ୍ୟମନ୍ତ୍ରୀ ରହିଥିବା ବସନ୍ତ ବିଶ୍ୱାଳ କଥା ! ଏବେ ତିର୍ତ୍ତୋଲର ଅଧିବାସୀ ମଧ୍ୟ ନିଆରା ଢଙ୍ଗରେ ନେତା ନିର୍ବାଚିତ କରି ବାରମ୍ବାର ଫସୁଛନ୍ତି !ଯୁବଗୋଷ୍ଠି ମଦମାଂସର ଦିବାନା ହୋଇଥିବା ବେଳେ ବୃଦ୍ଧବୃଦ୍ଧା ମାନେ ଅର୍ଥର ଲାଳସାରେ ଅଯୋଗ୍ୟ ଅପଦାର୍ଥ ନେତାଙ୍କୁ ଭୋଟ ଦେଇ ଜିତାଉଛନ୍ତି !ଏସବୁ ନିଜର ଗୋଡ଼ଟଣା ନେତାଙ୍କ ପାଇଁ କଂଗ୍ରେସ ଦଳ ଦେଖି ଦେଖି ଗାନ୍ଧାରୀ ପରି ଅନ୍ଧତ୍ୱର ଅଭିନୟ କରିଚାଲିଛି ! ଏଥର କିନ୍ତୁ ନିଆରା ପ୍ରୟାସ ଆପଣେଇ ଗାଆଁ ଗାଆଁରେ ମାତୃ ଆଶୀର୍ବାଦ ଯାତ୍ରା ଜରିଆରେ ଭୋଟର ମାନଙ୍କୁ ଆକୃଷ୍ଟ କରିଚାଲିଛି ! ବହୁ ସମର୍ଥନ ମିଳୁଥିବା ବେଳେ ନିଶ୍ଚିତଭାବେ ପରିବର୍ତ୍ତନ ର ଆଭାସ ମିଳୁଛି !ଏପରି ମାହୋଲ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନୀମୂଳ ପଞ୍ଚାୟତରେ ! ପୂର୍ବତନ ସରପଞ୍ଚ ଇଂ. ବେଦଦ୍ୟୁତି ପୃଷ୍ଟିଙ୍କ ତତ୍ୱାବଧାନ ରେ ଇଂ. ହିମାଂଶୁ ଭୂଷଣ ମଲ୍ଲିକଙ୍କ ସହିତ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବହୁ ନେତୃମଣ୍ଡଳୀ ଓ ପଞ୍ଚାୟତ କର୍ମୀଙ୍କୁ ନେଇ ଆୟୋଜନ କରିଥିଲେ ମାତୃ ଆଶୀର୍ବାଦ ଯାତ୍ରା !ଏହି ଯାତ୍ରା ପ୍ରସିଦ୍ଧ ଦିଗବାରୁଣୀ ମନ୍ଦିର ଠାରୁ ଆରମ୍ଭ ହୋଇ ଗଈଠିପୁର, ନାରୀଜଙ୍ଗ, କନୀମୂଳ, ତାସଙ୍ଗରା ବ୍ରହ୍ମପୁର, ଭଂଶର, ମତ୍ତଗଜପୁର, ନବୀନାବାଗ, ଲଙ୍କାପଡା, ମିର୍ଜାପୁର, ଓ କିଲିପାଳ ଗ୍ରାମ ଦେଇ ବାୟା ଆନନ୍ଦ ଆଶ୍ରମ ଠାରେ ଶେଷ କରିଥିଲେ !
ପ୍ରତି ଗ୍ରାମରେ ଗୋଟିଏ ଚର୍ଚ୍ଚା ଥିଲା ଯେ ଏଥର ନିଶ୍ଚିତ ପରିବର୍ତ୍ତନ !ତିର୍ତ୍ତୋଲକୁ ପୁଣି ଫେରିବ କଂଗ୍ରେସ ! ଦେଖିବାକୁ ରହିଲା ଲୋକ ଚର୍ଚ୍ଚା କାର୍ଯ୍ୟକାରୀ ହେଉଛି ନା ଭୋଟର ମାନେ ନୋଟ ପାଖରେ ବନ୍ଧା ପଡି ବିଗତ ଦିନର ଭୁଲ କୁ ଦୋହରାଉଛନ୍ତି !!!
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




