କଣ୍ଟାମାଲଠାରେ ବିଜେଡିର ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ,


କଣ୍ଟାମାଳ, ୫/୩/୨୦୨୪(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳଠାରେ ବିଜେଡି ପକ୍ଷରୁ ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବୌଦ୍ଧ ବିଜେଡି ଜିଲ୍ଲା ସଭାପତି, କଣ୍ଟାମାଳ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହିଧର ରଣାଙ୍କ ନେତୃତ୍ୱରେ ବିଜେଡିର ପରିବାର ସମ୍ପର୍କ ଅଭିଯାନ ଆୟୋଜିତ ହୋଇଥିଲା । ଏହି ଅବସରରେ ବିଧାୟକଙ୍କ ସମତେ ଦଳୀୟ ନେତୃବୃନ୍ଦ ସାହି ସାହିର ଘରକୁ ଘର ବୁଲି ଘରେ ଘରେ ଶଙ୍ଖ ଚିହ୍ନର ଷ୍ଟିକର ଲଗାଇଥିଲେ ଓ ଓଡ଼ିଶା ସରକାରଙ୍କ ଜନହିତକର ଯୋଜନା ବିଷୟରେ ସଚେତନତା କରାଇଥିଲେ। କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଗତ ବିଜେଡି ପ୍ରତିଷ୍ଠା ଦିବସ ପରଠାରୁ ଚାଲିଥିବା ଏହି ପରିବାର ସମ୍ପର୍କ ଅଭିଯାନ ଆଜି ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଦଳୀୟ ସହ-ପର୍ଯ୍ୟବେକ୍ଷକ ସୁବୋଧ ପ୍ରଧାନ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ସାହୁ, ବ୍ଲକ ବିଜେଡି ସଭାପତି ପ୍ରେମରାଜ ରଣା, ପ୍ରଶାନ୍ତ ରଣା, ଯୁବ ବିଜେଡି ସଭାପତି ତଥା କନ୍ଧମାଳ ସାଂସଦ ପ୍ରତିନିଧି ଶମ୍ଭୁ ପ୍ରସାଦ ସାହୁ, ଯୁବ ବିଜେଡି ସଦସ୍ୟ ସୁଧାଂଶୁ ଶେଖର ରଣା, ବିଜେଡି ଦଳରେ ଥିବା ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଓ ବିଜୁ ଜନତା ଦଳ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




