Politics

୨୫୦ ହିତାଧିକାରୀଙ୍କୁ ନେଳିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନୂତନ ଭତ୍ତା ବଣ୍ଟନ ।

ବଡ଼ଚଣା,ବଡ଼ଚଣା ବ୍ଲକ ଅନ୍ତର୍ଗତ ନେଳିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା, ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ରାଜ୍ୟ ସରକାରଙ୍କ ଜନହିତକର ଗରିବ କଲ୍ୟାଣ ଯୋଜନା ଆଜି ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେଇଛି ବୋଲି ମାନ୍ୟବର ବିଧାୟକ ମନ୍ତବ୍ୟରେ କହିଥିଲେ।ଏହି କାର୍ଯ୍ୟକ୍ରମ କୁ ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ , ଛତିଆ ସମିତି ସଭ୍ୟ ଦୀପକ୍ ସାହୁ,ଚମ୍ପାପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ବାସୁଦେବ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ନେଳିଆ ପଞ୍ଚାୟତ ର ୧୦୫ ଜଣ ଙ୍କୁ ଭତ୍ତା ବଣ୍ଟନ କରାଯାଇ ଥିବା ବେଳେ, ୮୭ ଜଣ ଚମ୍ପାପୂର୍ ଓ ଛତିଆ ପଞ୍ଚାୟତ ର ୫୮ ଜଣଙ୍କୁ ବଣ୍ଟନ କରାଯାଇ ଥିଲା।ସମ୍ମାନିତ ଅତିଥି ଭାବେ ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି, ଜିଲ୍ଲା ପରିଷଦ ଅରବିନ୍ଦ ସାମଲ, ପୂର୍ବତନ ଆତ୍ମାର ଅଧକ୍ଷ ନିରଞ୍ଜନ ସେନାପତି,ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ଭଗ୍ୟଧର ମଲ୍ଲିକ,ରାଜ୍ୟ ଛାତ୍ର ଯୁବ ସମ୍ପାଦକ ମନୋଜ୍ ସାମଲ , ପ୍ରଦୋଷ ନାଥ,ପ୍ରମୁଖ ଯୋଗ ଦେଇ ଥିବା ବେଳେ, ସର୍ବେଶ୍ଵର ରାଉଳ, ବିପିନ୍ ବିଶ୍ଵାଳ, ଅମରେଶ ନନ୍ଦ, କପିଳ ରାଉତ, ସରୋଜ ସିଂ, ଶ୍ରୀ କାନ୍ତ ପାଲ୍,ଧୀରେନ୍ଦ୍ର ନାଥ, କୈଳାସ ରାଉତଧୂନି ବେହେରା ମନୋଜ ନାୟକ ଅଶୋକ ତ୍ରିପାଠୀ ସରୋଜ ସାମଲ ଙ୍କ ସମେତ,ବହୁ ଜନ ସାଧାରଣ ଯୋଗ ଦେଇ ଥିଲେ।ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button