Politics

ଉପାନ୍ତ ଅଂଚଳ ର ଗମନା ଗମନ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ

ହରଭଙ୍ଗା 3/3/24() ଦୀର୍ଘ ଦିନ ହେଲା ହରଭଙ୍ଗା ବ୍ଲକ ର ଉପାନ୍ତ ଅଞ୍ଚଳ କଣ୍ଡରା କାଚପାଜୁ କୁ ଗମନା ଗମନ ର ସୁବିଧା ନ ଥିବା ବେଳେ ସ୍ଥାୟୀ ରାସ୍ତା ର ନିର୍ମାଣ ପାଇଁ ଅଞ୍ଚଳ ବାସୀ ଦାବୀ କରି ଆସୁଥିଲେ। ପରେ ରାଜ୍ୟସରକାର ଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏକ ବିଜ୍ଞପ୍ତି ପ୍ରକାସ ପାଇ ରାସ୍ତା ର ଉନ୍ନତି କରଣ ପାଇଁ ଅର୍ଥ ଯୋଗାଇ ଦେଇଥିବା ବେଳେ, ରବିବାର ଦିନ ଅନୁଷ୍ଠାନିକ ଭାବେ ଓଡିଶା ସରକାର ଙ୍କ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ପହଂଚି ଅଡ଼େନିଗାଡ ର ଗୋଛାବାରୀ ଠାରେ 12 କିଲୋମିଟର ରାସ୍ତା ର 12 କୋଟି 16 ଲକ୍ଷ ଟଙ୍କାର ଶୁଭ ଉଦଘାଟନ କରିଥିଲେ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ କନ୍ଧମାଳ ସାଂସଦ ପ୍ରତିନିଧି ବିଶ୍ୱଜିତ ପ୍ରଧାନ ଙ୍କ ସମେତ, ଗ୍ରାମ୍ୟ ଉନ୍ନୟନ ବିଭାଗ ର SDO ବିଦ୍ୟାଧର ମହାନ୍ତି, ଓ ଅଂଚଳ ର ଜନସାଧାରଣ ଉପସ୍ଥିତ ଥିଲେ। ଅନ୍ୟ ପଟେ ଉକ୍ତ ପଞ୍ଚାୟତ ର ରାଣୀଗଞ୍ଜ ଠାରେ ନୂତନ ସେତୁ ନିର୍ମାଣ ପାଇଁ 5 କୋଟି ବ୍ୟୟ ଅଟକଳ ରେ ଏକ ଭିତ୍ତି ପ୍ରସ୍ତର ସ୍ଥାପନ ର ଶୁଭଉଦଘାଟନ ହୋଇଯାଇଛି।

Related Articles

Back to top button