Politics

ବିଜେଡିର ପରିବାର ସଂପର୍କ ପଦଯାତ୍ରା ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

 

କଣ୍ଟାମାଳ, ୩/୩:(ପ୍ରଭାତ କୁମାର ସାହୁ)ରବିବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଜୋନ ନଂ -୫ ର ମୁଣ୍ଡିପଦର ପଞ୍ଚାୟତର କଳାପଥର ଏବଂ ରାଉତବାହଲ ଗ୍ରାମରେ ବିଜେଡିର ପରିବାର ସଂପର୍କ ପଦଯାତ୍ରା ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ କରାଯାଇଛି। ଓଡ଼ିଶା ସରକାରଙ୍କ ଜନହିତ କାର୍ଯ୍ୟକୁ ଘରେ ଘରେ ସଚେତନ କରିବା ସଂଗେସଂଗେ ବଳୀୟ ଶଙ୍ଖଚିହ୍ନ ପ୍ରତି ଘରେ ଲଗାଯାଇଛି। ଦଳ ପ୍ରତି ଲୋକଙ୍କ ଅଗାଢ଼ ବିଶ୍ୱାସ ,ଭରସା ଓ ଭଲପାଇବା ମିଳିବାରେ ଲାଗିଥିବା ଦେଖିବାକୁ ମିଳିଛି । ଉକ୍ତ ପଦଯାତ୍ରା ରେ ବିଧାୟକ ପ୍ରତିନିଧି ସୁଧାଂଶୁ ଶେଖର ରଣା ,ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ତଥା ବରିଷ୍ଠ ବିଜେଡି ନେତା ମହେନ୍ଦ୍ର ପ୍ରଧାନ , ମିଶନଶକ୍ତି ମହିଳା ସଭାନେତ୍ରୀ ରିତା ବେହେରା , ସ୍ଥାନୀୟ ସମିତିସଭ୍ୟ , ୱାର୍ଡସଭ୍ୟ ଏବଂ ସମସ୍ତ କର୍ମୀ , ଛାମୁଆ ସଂଗଠନ ର କର୍ମକର୍ତ୍ତ ଙ୍କ ସମେତ ବିଜେଡି ସମର୍ଥକ ଯୋଗଦେଇଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button