ଖଲିଆପାଲିର ନାଗବାଚା ଯାତ୍ରା ମହୋତ୍ସବ ଉଦଯାପିତ

କଣ୍ଟାମାଳ,୨୮।୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ନାଗବାଚା ଯାତ୍ରା କମିଟି ପକ୍ଷରୁ ଆୟୋଜିତ ହୋଇଥିବା ନାଗବାଚା ମହୋତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି l ଗୁରୁ ଗୋବିନ୍ଦ ମଲିକଙ୍କ ତତ୍ୱାବଧାନରେ ଚାରିଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ଦିନରେ ଆଦିବାସୀ ନୃତ୍ୟ, ନୃତ୍ୟ ପ୍ରତିଯୋଗିତା, ସଂକୀର୍ତ୍ତନଧାରା, ବଲାଙ୍ଗୀର ଜିଲା ରୁଗୁଡ଼ିଖାଲ ସପୁର ନାଗଙ୍କ ମା’ ତାରିଣୀ ଖୁସବୁ ମହିଳା ଦଣ୍ଡନୃତ୍ୟ ଦଳର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଦିବାସୀ ସମନ୍ୱୟ ସମିତି ସଭାପତି ସାମନ୍ତ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭଗବାନ କହଁର, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ଶିକ୍ଷାବିତ ନିଳାଞ୍ଚଳ ଭୋଇ, ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ, ଆଦିବାସୀ ନେତା ସତ୍ୟନାରାୟଣ ମାଝୀ, କଣ୍ଟାମାଳ ବ୍ଲକ କନ୍ଧ ସମାଜ ସଭାପତି ନରୋତ୍ତମ ମଲିକ, ବଣ୍ଡା ପ୍ରଗଣା କନ୍ଧ ସମାଜ ସଭାପତି ଶ୍ରୀକୃଷ୍ଣ କହଁର, ସମାଜସେବୀ ଅନନ୍ତରାମ ମାଝୀ, ପିନାକ ରଣା, ଯଶୋବନ୍ତ କର୍ମୀ, ଶିବ ରଥ, ପୂର୍ବତନ ନାଏବ ସରପଞ୍ଚ ଜୟ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହୋତ୍ସବ ଦ୍ୱାରା ଅଞ୍ଚଳର ବିକାଶ ତ୍ୱରାନ୍ୱିତ ହୋଇଥାଏ ବୋଲି କହିଥିଲେ l ଶିବଶଙ୍କର କାଲସେ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ l ସଭାପତି କଏଁରୁ ସାହୁ, ସମ୍ପାଦକ ଗୋଲେଖ ମଲିକ, କୋଷାଧ୍ୟକ୍ଷ ଅଭିମନ୍ୟୁ ସାହୁ, ସଦସ୍ୟ ଆତୁଷ କହଁର, ଅଙ୍ଗଦ କହଁର, ହେମନ୍ତ କହଁର, ସର୍ବେଶ୍ୱର ସାହୁ, ନୃପରାଜ ସାହୁ, ରୋହିତ ସାହୁ ଏବଂ ନାଗବାଚା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




