ବନ୍ଧଗୋରାରେ ବନ ସମିତି ଗୃହ ଉଦଘାଟିତ,* ଜଙ୍ଗଲର ସୁରକ୍ଷା ହେଲେ ବିଶ୍ଵ ସୁରକ୍ଷିତ- ମହିଧର

କଣ୍ଟାମାଳ, ୨୮/୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଘଣ୍ଟାପଡ଼ା ସେକସନ ଅନ୍ତର୍ଗତ ଖୁଣ୍ଟିଗୋରା ପଞ୍ଚାୟତର ବନ୍ଧଗୋରା ଠାରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ନବନିର୍ମିତ ବନ ସୁରକ୍ଷା ସମିତି ଗୃହ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ବୁଧବାର ଘଣ୍ଟାପଡ଼ା ସେକସନ ଫରେଷ୍ଟର ଚନ୍ଦ୍ରଶେଖର ଦାସଙ୍କ ତତ୍ତ୍ଵାବଧାନରେ ନିର୍ମିତ ଗୃହକୁ ସ୍ଥାନୀୟ କଣ୍ଟାମାଳ ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ମହିଧର ରଣା ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକଭାବେ ଉଦଘାଟନ କରିଥିଲେ ତତସହିତ ନାରାୟଣପ୍ରସାଦ ସେକସନର ବରଗାଁ ପଞ୍ଚାୟତ ସ୍ଥିତ ପାଢ଼େଲ ଗ୍ରାମ ଓ ବରପଦର ସେକସନର ଲମ୍ବସରୀ ପଞ୍ଚାୟତ ସ୍ଥିତ ଗୋହିରାପାଲି ଗ୍ରାମରେ ନବନିର୍ମିତ ସମିତି ଗୃହକୁ ମଧ୍ୟ ଏକା ସଙ୍ଗେ ଉଦଘାଟନ କରିଥିଲେ।ପରେ ବୌଦ୍ଧ ଡିଏଫଓ ଦେବ ପ୍ରୀୟ କମ୍ପଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ବିଧାୟକ ଶ୍ରୀରଣା, ସମ୍ମାନୀତ ଅତିଥି ଭାବେ ୧ନଂ ଜିଲ୍ଲାପରିଷଦ ସଦସ୍ୟା ସୁମିତ୍ରା ସାହୁ, ସ୍ଥାନୀୟ ସରପଞ୍ଚ ସୁନୀତା ମାଝୀ ପ୍ରମୁଖ ଯୋଗ ଦେଇ ଜଙ୍ଗଲ ସୁରକ୍ଷା ଏବଂ ରୋଜଗାର ବୃଦ୍ଧି ପାଇଁ ଓଡ଼ିଶା ସରକାରଙ୍କଦ୍ଵାରା ନିର୍ମିତ ସୁବିଧା କେନ୍ଦ୍ର ଉପରେ ଉପସ୍ଥିତ ଜନ ସାଧାରଣଙ୍କୁ ବକ୍ତବ୍ୟ ରଖିଥିଲେ। ସେହିପରି ଜିଲ୍ଲାର ୩ ଏସିଏଫ ଆଶିଷ କହଁର, କ୍ଷୀରାବ୍ଧି ପ୍ରଧାନ, ଅର୍ଚ୍ଚନା ଗମାଙ୍ଗ, ମନମୁଣ୍ଡା ରେଞ୍ଜର ଶ୍ରୀବତ୍ସ କୁମୁରା ପ୍ରମୁଖ ଉପସ୍ଥିତ ରହିଥିଲେ। ଫରେଷ୍ଟର ଚନ୍ଦ୍ରଶେଖର ଦାସ, ବନରକ୍ଷୀ ରୀନା ନାଏକ , ଅଞ୍ଜଳି ନାଗ, ଭକ୍ତ ଭୋଇ, ସୁନିଲ ପ୍ରଧାନ, ମୃତ୍ୟୁଞ୍ଜୟ ମହାରଣା, ବିଶ୍ଵଜିତ ନାଏକ ଏବଂ କୋଡିନେଟର ପାର୍ଥସାରଥି ବଘାରଙ୍କ ସହ ସମସ୍ତ ବନ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




