କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ତରଫରୁ ମାଟି ପାଁଇ ଜେଲ ଚାଲ ଆନ୍ଦୋଳନ

–//ଜିଲ୍ଲା କଂଗ୍ରେସ ତରଫରୁ ବିରାଟ ଆନ୍ଦୋଳନ।”ମାଟି ପାଁଇ ଜେଲ ଚାଲ” କାର୍ଯ୍ୟକ୍ରମରେ ମାଧ୍ୟମରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ଆନ୍ଦୋଳନ।କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା,କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ କୁ ବିଶ୍ଵବିଦ୍ୟାଳୟ ର ମାନ୍ୟତା,କେନ୍ଦ୍ରାପଡ଼ା ପୌରାଞ୍ଚଳ ରେ ସିଟି ହସ୍ପିଟାଲ ସ୍ଥାପନ ସହିତ କେନ୍ଦ୍ରାପଡ଼ା କୁ ପାସେଞ୍ଜର ଟ୍ରେନ ଚଳାଚଳ ଆଦି ଦାବିକୁ ନେଇ କଂଗ୍ରେସ ଆନ୍ଦୋଳନ କୁ ଓହ୍ଲାଇଛି।କେନ୍ଦ୍ରାପଡ଼ା ବ୍ଲକ ଓ ନଗର କଂଗ୍ରେସ ସହିତ ଜିଲ୍ଲା କଂଗ୍ରେସର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା କଂଗ୍ରେସ ଦଳର ଶକ୍ତି ପଦର୍ଶନ।ଏହି ଆନ୍ଦୋଳନ ରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଲୋକନାଥ ମହାରଥୀ,ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ନାଥ ଶର୍ମା,ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା,ସମାଜ ସେବୀ ଇଁ ସିଦ୍ଧାର୍ଥ ସ୍ୱରୂପ ଦାସ,ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ,ପୂର୍ବତନ ପୌରାଧକ୍ଷ ଆକବର ଅଲ୍ଲୀ,ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ,ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ସେକ ପରଭେଜ,କଂଗ୍ରେସ ନେତା ବିଦୁଭୂଷଣ ମହାପାତ୍ର,ରାଜନଗର କଂଗ୍ରେସ ନେତା ମଳୟ ଦାସ,ପଟ୍ଟାମୁଣ୍ଡାଇ କଂଗ୍ରେସ ନେତା ସମ୍ରାଟ ଜେନା,କଂଗ୍ରେସ ନେତା ମୀର ମୁରସିଦ ପ୍ରମୁଖ ଜିଲ୍ଲା ର ବହୁ କଂଗ୍ରେସ ନେତା ଓ ହଜାର ହଜାର କର୍ମୀ ଆନ୍ଦୋଳନ ସାମିଲ ହୋଇଥିଲେ।କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ ଫାଟକ ସମ୍ମୁଖରେ ଆନ୍ଦୋଳନ ବେଳେ ପୋଲିସଙ୍କ ସହିତ ଧସ୍ତା ଧସ୍ତି ଆରମ୍ଭ ହେଉଥିବା ସମୟରେ କଂଗ୍ରେସ ନେତା ଓ ଶହ ଶହ କର୍ମୀ ମାନଙ୍କୁ ଗିରଫ କରିଥିଲେ।
*କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*




