Entertainment

କଣ୍ଟାମାଳ ମିଶନ ଶକ୍ତି କକ୍ଷରେ ଚାଷ ଜମିରେ ଓ ଖାଦ୍ୟ ଥାଳିରେ ପୁଷ୍ଟି ଶସ୍ୟ ପୁନଃ ପ୍ରଚଳନ ସଚେତନତା ଶିବର ।

* ମାଣ୍ଡିଆ ହେଉଛି ଦୁନିଆର ସର୍ବ ରୋଗ ନିବାରଣ ଖାଦ୍ୟ-ମୁଖ୍ୟଅତିଥି ମହିଧର ରଣା

 

କଣ୍ଟାମାଳ, ୨୭/୨: (ପ୍ରଭାତ କୁମାର ସାହୁ)ମାଣ୍ଡିଆ ହେଉଛି ଏପରି ଏକ ଖାଦ୍ୟ, ଯାହାକି ମନୁଷ୍ୟର ସମସ୍ତ ରୋଗର ଅର୍ଥବ୍ୟ ଔଷଧ । ଏହା ଦିନେ ନା ଦିନେ ବିଶ୍ଵରେ ପ୍ରଥମ ପସନ୍ଦର ଖାଦ୍ୟ ରୂପେ ସମସ୍ତଙ୍କ ପାଖରେ ଆଦର ପାଇବ।ମଙ୍ଗଳବାର ବୌଦ୍ଧ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ୱାସିଡିଏ ତରଫରୁ କଣ୍ଟାମାଳ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଆୟୋଜିତ ଚାଷଜମିରେ ଓ ଖାଦ୍ୟ ଥାଳିରେ ପୁଷ୍ଟି ଶସ୍ୟ ପୁନଃ ପ୍ରଚଳନ ସଚେତନ ଶିବିରରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ କଣ୍ଟାମାଳ ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ମହିଧର ରଣା ଯୋଗଦେଇ ସମସ୍ତ ଉପସ୍ଥିତ ଚାଷୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉଦବୋଧନ ଦେଇଥିଲେ। ଅନୁଷ୍ଠାନର ବ୍ଳକ ମିଲେଟ ମିଶନର ସଂଯୋଜକ ଗୌରୀଶଙ୍କର ଥାର୍ଟିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବେ ନଂ୧ଜୋନର ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ, ଉମା ପଞ୍ଚାୟତର ସରପଞ୍ଚ ଦୌଲଥ ପାଣ୍ଡେ, ଜିଲ୍ଲା କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ, କଣ୍ଟାମାଳ ବ୍ଲକ କୃଷି ଅଧିକାରୀ ଲଳିତ ସାହୁ, ଜିଲ୍ଲା ଓଡ଼ିଶା ମିଲେଟ ମିଶନର ଡିପିସି ଜିତେନ୍ଦ୍ର କାର୍ଜି, ସିଡିପିଓ ଜ୍ୟୋତ୍ସ୍ନା ରାଣୀ ପାଢୀ, କଣ୍ଟାମାଳ ମିଶନ ଶକ୍ତିର ବିପିସି ବିଶ୍ଵଭୂଷଣ କହଁର ଯୋଗଦେଇ ମାଣ୍ଡିଆ ଚାଷର ପ୍ରଣାଳୀ ଓ ମାଣ୍ଡିଆରୁ ତିଆରି ଖାଦ୍ୟର ଉପକାରିତା ଉପରେ ବକ୍ତବ୍ୟ ରଖିଥିଲେ। ସେହିପରି ଅନୁଷ୍ଠାନ ତରଫରୁ ଏହି ବର୍ଷର ଅଗ୍ରଣୀ ମାଣ୍ଡିଆ ଚାଷୀଭାବରେ ମସିଣାଗୋରାର ପଙ୍କଜ ଖଟୁଆ ଓ ଜାମୁମାଲର ସାମର୍ଥ୍ୟ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ସୁଭାଷିନୀ କ୍ଷେତିଙ୍କୁ ମାଣ୍ଡିଆରୁ ତିଆରି ଉତ୍ତମ ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତକାରୀ ଭାବେ ସମ୍ମାନୀତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ମିଲେଟ ମିଶନର ସହ ସଂଯୋଜକ ଅନିଲ ବେହେରା ଧନ୍ୟବାଦ ଦେଇଥିଲେ ଓ ସମସ୍ତ ସହ କର୍ମଚାରୀ ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button