ତେଜସ୍ୱିନୀ ମିଶନ ଶକ୍ତି ମହିଳା ମହାସଂଘର ସୁଧ ଫେରସ୍ତ ମେଳା ଅନୁଷ୍ଠିତ.

ଭୁବନେଶ୍ୱର, ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମିଶନଶକ୍ତିର ମା ମାନଙ୍କ ପାଇଁ ଋଣ ନେଇଥିବା ଟଙ୍କା ପାଇଁ ସୁଧ ଫେରସ୍ତ ମେଳା ରାଜ୍ୟ ସଚିବାଳୟରେ ଶୁଭାରମ୍ଭ କରିଥିବାବେଳେ ବିଏମସିରେ ଥିବା ତେଜସ୍ୱିନୀ ମହିଳା ମହାସଙ୍ଘର ଏସଏଚଜି ମା ମାନଙ୍କୁ ସୁଧ ଫେରସ୍ତ କରାଯାଇଥିଲା. ଭୁବନେଶ୍ୱର ସହରାଞ୍ଚଳ ସିଡିପିଓ ଅଫିସ ଠାରେ ଥିବା ତେଜସ୍ୱିନୀ ଏସଏଚଜି ମହିଳା ମହାସଂଘ ଅଫିସରେ ଏହି ସୁଧ ଫେରସ୍ତ ମେଳା ଆୟୋଜନ କରାଯାଇଥିଲା ଓ ତତ ସଂଗେ ସଂଗେ ମା ମାନଙ୍କୁ ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଶାଢ଼ୀ ଓ ବ୍ଲେଜର କିଣିବା ପାଇଁ ଆର୍ଥିକ ସହାୟତା ଦିଆଯାଇଥିଲା. ଏହି ସୁଧ ଫେରସ୍ତ ମେଳାରେ ମୁଖ୍ୟ ଅତିଥିଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ. ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ସଶକ୍ତ କରିବା ଓ ସ୍ୱାବଲମ୍ବୀ ହୋଇ ବଂଚିବା ପାଇଁ ବହୁ ଯୋଜନା କରିଥିବାରୁ ଧନ୍ୟବାଦ ଦେଇଥିଲେ. ସିଡିପିଓ ଶ୍ରୀମତୀ ଉମା ରାଣୀ ମହାପାତ୍ର, ଖୋର୍ଦ୍ଧା ସମବାୟ ବ୍ୟାଙ୍କ ମ୍ୟାନେଜର ସାନ୍ତା ରାୟ, ମିଶନ ଶକ୍ତି ଉପଦେଷ୍ଟା ଲୋପା ମୁଦ୍ରା ବକ୍ସିପାତ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ମା ମାନେ ନେଇଥିବା ଋଣ ପାଇଁ ସୁଧ ଦେବାକୁ ପଡୁନାହିଁ ଓ ଆଜି ଏହି ପ୍ରମାଣ ପାଇଁ ସୁଧ ଫେରସ୍ତ ମେଳା ସବୁ ବ୍ଲକରେ ଚାଲିଛି ବୋଲି କହିଥିଲେ. ରାଜ୍ୟ ସରକାର ସବୁ ଏସଏଚଜି ଗ୍ରୁପକୁ ନିଜର ଆର୍ଥିକ ସ୍ୱଚ୍ଛଳ ହେବା ପାଇଁ ଆମ ବ୍ୟାଙ୍କ ମାଧ୍ୟମରେ ଆକାଉଣ୍ଟକୁ ପଇସା ପଠାନ୍ତି ଓ ସରକାର 4ବର୍ଷ ହେଲା ସୁଧ ଛାଡ଼ କରୁଛନ୍ତି, କେହି ସୁଝି ନ ପାରିଲେ ଗ୍ରୁପର ଅନ୍ୟ ମାନେ ସୁଝୁଛନ୍ତି ଓ କେହି ମୃତ୍ୟୁବରଣ କଲେ ବୀମା ପଇସାରୁ ଋଣ ଆଦାୟ ହୋଇଥାଏ ବୋଲି କହିଛନ୍ତି ସମବାୟ ବ୍ୟାଙ୍କ ମ୍ୟାନେଜର ସାନ୍ତା ରାୟ. ଆଜି 50ଜଣ ମା ମାନଙ୍କୁ ସୁଧ ଫେରସ୍ତ ହେଲା ଏହି ବର୍ଷ 750ଏସଏଚଜି ଗ୍ରୁପକୁ 33କୋଟି 60ଲକ୍ଷ ଟଙ୍କା ଋଣ ଦିଆଯାଇଛି ଆଉ ଗ୍ରେଡେସନ ବ୍ୟବସ୍ଥା ଠିକ ଭାବେ ପାଳନ କରୁଥିବା ଗ୍ରୁପକୁ ସୁଧ ଛାଡ଼ କରାଯାଏ ବୋଲି କହିଛନ୍ତି ମିଶନ ଶକ୍ତି ପ୍ରୋଜେକ୍ଟ କୋଅଡିନେଟର ଗଙ୍ଗୋତ୍ରୀ ପ୍ରିୟଦର୍ଶିନୀ. ଆଜି ଏସଏଚଜି ମା ମାନଙ୍କୁ ସୁଧ ଫେରସ୍ତ କରି ପ୍ରମାଣ ଦିଆଯାଇଛି ଓ ମା ମାନେ ଜାଣି ପାରୁ ନଥିବାରୁ ଏହି ମେଳା ଦ୍ୱାରା ସୁଧ ଛାଡ଼ କରି ଦେଖାଇଦିଆଯାଇଛି ଓ ଆମର ତେଜସ୍ୱିନୀ ମହିଳା ମହାସଙ୍ଘର 100ଟି ମହାସଂଘକୁ ନେଇ ଗଠିତ ଏଥିରେ 24ଟି ୱାର୍ଡରୁ 1600ମହିଳା ସମ୍ପୃକ୍ତ, ସବୁ ମା ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ଉପକୃତ ହୋଇ ପାରିଛନ୍ତି ବୋଲି କହିଛନ୍ତି ବିଏମସି 53 ନମ୍ବର ୱାର୍ଡ କର୍ପୋରେଟର ତଥା ତେଜସ୍ୱନୀ ମହିଳା ମହାସଙ୍ଘର ସଭାପତି ଶ୍ରୀମତୀ ମହାମାୟା ସ୍ୱାଇଁ.
ରିପୋର୍ଟ ଦେବ ପ୍ରସାଦ ମହାନ୍ତି




