Entertainment

ଘଣ୍ଟାପଡ଼ା ଶିବ ମନ୍ଦିର ପରିସରେ ଦୁର୍ଗା ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

 

କଣ୍ଟାମାଳ, ତା: ୨୬/୨/୨୪ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ତେଲ ନଦୀ ଖଣ୍ଡିରେ ଅବସ୍ଥିତ ମହାଦେବ ମନ୍ଦିର ପରିସରରେ ସୋମବାର ମା’ ଦୁର୍ଗାଦେବୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦାତା ସୂର୍ଯ୍ୟନାରାୟଣ ସାହୁଙ୍କ ଦ୍ଵାରା ନିର୍ମିତ ଦୁର୍ଗା ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ସକାଳୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ପୂଜା କାର୍ଯ୍ୟ ହୋଇଥିଲା। କର୍ତ୍ତା ଭାବେ ସୂର୍ଯ୍ୟନାରାୟଣ ସାହୁ ଓ ପତ୍ନୀ ଶ୍ରୀମତୀ କୁନି ସାହୁ ସମସ୍ତ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ। ପଣ୍ଡିତ ବିଶ୍ଵମୋହନ ପାଣିଗ୍ରାହୀ ଓ ଗଜେନ୍ଦ୍ର ପାଣିଗ୍ରାହୀ ହୋମଯଜ୍ଞ ଓ ପୂଜା କାର୍ଯ୍ୟ କରିଥିଲେ।ପ୍ରତିଷ୍ଠା ଉତ୍ସବରେ ଉଦିତ , ବିଦିତ , ବବି ଆଦି ପରିବାର ସଦସ୍ୟ, ବନ୍ଧୁ ପରିଜନ ଓ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button