Politics

ବୌଦ୍ଧ ମାଉସୀ ମା ଗୋଷ୍ଠୀ କେନ୍ଦ୍ର ଠାରେ ଆଭାସୀ ମାଧ୍ୟମରେ ଆମ ଡାକ୍ତରଖାନାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ  

 

ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ବୌଦ୍ଧ ମାଉସୀ ମା ଗୋଷ୍ଠୀ କେନ୍ଦ୍ର ଠାରେ ସୋମବାର ଅପରାହ୍ନ ୪ଟା ରେ ଆଭାସୀ ମାଧ୍ୟମରେ ଆମ ଡାକ୍ତରଖାନା କୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି l ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିସ୍ଛାଳୟ ଠାରେ ଆମ ଡାକ୍ତରଖାନା ଉଦ୍ଘାଟିତ ହୋଇଛି l ଏହାଦ୍ୱାରା ସାଧାରଣ ଲୋକେ ସୁବିଧାରେ ଅଧିକ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବୌଦ୍ଧ ମାଉସୀ ମା ଗୋଷ୍ଠୀ କେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଏନ୍‌ଏସି ଚେୟାରମେନ ମୃତ୍ୟୁଞ୍ଜୟ ମିଶ୍ର , CDO ତଥା ଜ଼ିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ , ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର ଅତିଥି ଭାବେ ଯୋଗଦେଇଥିଲେ l କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜୟକୃଷ୍ଣ ମିଶ୍ର , ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ, ଜିଲ୍ଲା ଚିକିତ୍ସା ମୁଖ୍ୟ ଡାକ୍ତର ସଂଘମିତ୍ରା ପଣ୍ଡା, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବି କେ ଆର ସି ହେମ୍ରମ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ରୂପକ ମହାପାତ୍ର, ଡାକ୍ତର କିଶୋର ଚନ୍ଦ୍ର ପଟ୍ଟନାୟକଙ୍କ ସମତେ ଅନ୍ୟମାନେ ଯୋଗ ଦେଇଥିଲେ। (hold) ଏହା ସହ କଣ୍ଟାମାଲ ଠାରେ ମଧ୍ୟ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଅନ୍ୟ ଏକ ଆମ ଡାକ୍ତରଖାନାକୁ ଉଦଘାଟନ କରିଛନ୍ତି l କଣ୍ଟାମାଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଂଟାମାଳ ବିଧାୟକ ମହିଧର ରଣା ଅତିଥି ଭାବେ ଯୋଗଦେଇଥିଲେ l

Related Articles

Back to top button