କଣ୍ଟାମାଲରେ ଲୋକାର୍ପିତ ହେଲା ଆମ ହସ୍ପିଟାଲ


କଣ୍ଟାମାଳ,୨୬/୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ଚିକିତ୍ସାଳୟକୁ ୫-ଟି ଅଧୀନ ଆମ ହସ୍ପିଟାଲରେ ସାମିଲ କରାଯାଇଛି l ଆଭାସୀ ମାଧ୍ୟମରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲାର ଏହି ଦୁଇଗୋଟି ହସ୍ପିଟାଲ ସମେତ ଓଡ଼ିଶାର ୧୫ଟି ଜିଲ୍ଲାର ମୋଟ ୬୭ଟି ରୂପାନ୍ତରିକରଣ ହସ୍ପିଟାଲର ଲୋକାର୍ପଣ କରିଛନ୍ତି l ଏହି କ୍ରମରେ କଣ୍ଟାମାଳ ବ୍ଲକ ସମେତ ଜିଲ୍ଲାର ଦୁଇଟି ସ୍ଥାନରେ ସ୍ୱତନ୍ତ୍ର ଲୋକାର୍ପଣ କାର୍ଯ୍ୟକ୍ରମ ହୋଇଯାଇଛି l କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ଉକ୍ତ ଲୋକାର୍ପଣ କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହୀଧର ରଣା, ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ସାହୁ, କଣ୍ଟାମାଳ ମେଡିକାଲ ଅଫିସର ଡକ୍ଟର ଜଗଦୀଶ ସେଠି, ମନମୁଣ୍ଡା ମେଡିକାଲ ଅଫିସର ଡକ୍ଟର ମହେନ୍ଦ୍ର ସୋଏ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁଷ୍ମନ୍ତ କୁମାର ସାମଲ, କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର କୁମାର ଆଚାରି , ବ୍ଲକ କନିଷ୍ଠ ଯନ୍ତ୍ରୀ ଦିବ୍ୟଲୋଚନ ନାୟକ ପ୍ରମୁଖ ଯୋଗଦେଇଥିଲେ l କଣ୍ଟାମାଳ ବ୍ଲକର ଏମବିକେ, ସିଆରପି,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡ଼ି କର୍ମୀଙ୍କ ସମେତ କଣ୍ଟାମାଳ ଆମ ହସପିଟାଲର ସମସ୍ତ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ୍ ସମର୍ଥ ନିୟୁଜ




