ଓଡ଼ିଶାର ଗଣପର୍ବ -ଅଗ୍ନିଉତ୍ସବ ପୁର୍ଣିମା


ତିର୍ତ୍ତୋଲ –:ପ୍ରତ୍ୟେକ ଘରୁ ସଂଗ୍ରହ ହୁଏ ନଡା ! ଗ୍ରାମର ଶେଷମୁଣ୍ଡ ଛକରେ ବାଉଁଶର ଆଗିରା କିମ୍ବା ସାହାଡ଼ା ଗଛର ଲମ୍ବା ଡାଳ ଦୁଇଟି ସ୍ଥାନରେ ପୋତାଯାଏ ! ତହିଁରେ ନଡା ବିଡ଼ାକୁ ଯତ୍ନର ସହିତ ଦେଉଳ ପରି ଉଚ୍ଚ କରାଯାଇ ଆରମ୍ଭ ହୁଏ ଅଗ୍ନି ଦେବତାଙ୍କୁ ଆବାହନ ପୂଜା !ବ୍ରହ୍ମଦେବଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୁଏ ନଡ଼ିଆ,ଛେନା,ଗୁଡ,ପାଚିଲା କଦଳୀ ରେ ତିଆରି ନୈବେଦ୍ୟ !ନଡାରେ ନିର୍ମିତ ବରିଆ ରେ ଅଗ୍ନିଦେବ ଙ୍କୁ ସଂସ୍ଥାପନ କରାଯାଇ ଘଣ୍ଟ ଘଣ୍ଟା କାହାଳି ଖୋଳ କରତାଳ ଝାଞ୍ଜ ଗିନି ର ସମିଶ୍ରଣ ଧ୍ୱନିରେ
ଉତ୍ସବ ପାଇଁ ସଜ୍ଜିତ ବେଦୀ ଚତୁର୍ପାଶ୍ବରେ ସାତ ଭେରା ପ୍ରଦକ୍ଷିଣ କରାଯାଇଥାଏ !ତତ୍ପରେ ବେଦୀ ମଧ୍ୟରେ ଅଗ୍ନି ସଂଯୋଗ କରାଯାଇ ହରିବୋଲ, ହୁଳହୁଳି ସହିତ ଉତ୍ସବ ପାଳନ କରାଯାଇଥାଏ !ଅଗ୍ନି ଯେତେ ଜୋର ଶିଖା ବିସ୍ତାର କରି ପ୍ରଜ୍ବଳିତ ହୁଏ, ଉପସ୍ଥିତ ଲୋକେ ସେତେ ପ୍ରଫୁଲ୍ଲିତ ହୋଇ ଏହି ଦୃଶ୍ୟକୁ ଉପଭୋଗ କରିଥାନ୍ତି ! ପ୍ରାୟତଃ ସମସ୍ତ ଲୋକେ ସେଇ ଅଗ୍ନିରେ ଆଳୁ,ବାଇଗଣ, ଟମାଟୋ ଆଦି ପୋଡି ଘରକୁ ନେଇଥାନ୍ତି !କିମ୍ବଦନ୍ତୀ ରହିଛି ଅଗ୍ନିଉତ୍ସବ ସମୟରେ ଏହିସବୁ ପରିବା ପୋଡିକରି ଖାଇଲେ କାଛୁ କୁଣ୍ଡିଆ ହୁଏନାହିଁ !ଚାଷୀଭାଇ ମାନେ ସାହାଡ଼ା ଅଣଖୁଆ ଅଗିଚା କୁ ଅଗ୍ନିରେ ସଂଯୋଗ କରି ଚାଷ ଜମିରେ ପକେଇଲେ ଫସଲରେ ପୋକ ଲାଗନ୍ତି ନାହିଁ !ଉତ୍ତମ ଫସଲ ହୋଇଥାଏ !ଏହି ଉତ୍ସବ ପୁର୍ଣିମା ଦିନ ଆୟୋଜିତ ହେଉ ଥିବାରୁ ଏହାକୁ ଅଗ୍ନି ଉତ୍ସବ ପୁର୍ଣିମା କୁହାଯାଏ !ଓଡ଼ିଶାର ପୁରପଲ୍ଲୀରେ ପାଳିତ ଅଗ୍ନିଉତ୍ସବ ଗଣପର୍ବ ଭାବେ ପରିଚିତ ! ଜଗତସିଂହପୁର ଜିଲ୍ଲାର ଆଠଗୋଟି ବ୍ଲକରେ ଏହି ଉତ୍ସବର ରଙ୍ଗୀନ ମାହୋଲ କୁ ଆବାଳ-ବୃଦ୍ଧ-ବନିତା ମନଭରି ଉପଭୋଗ କରିଥିବାର ଜଣା ପଡିଛି !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




