ଦ୍ୱିତୀୟ ଦିନରେ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା


ରିପୋର୍ଟ -ଦୀପ ନାରାୟଣ ଷଡ଼ଙ୍ଗୀ ସମର୍ଥ ନ୍ୟୁଜ ଢେଙ୍କାନାଳ
-ଦ୍ୱିତୀୟ ଦିନରେ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଆଜି ଦିନରେ ମଧ୍ୟ ଲକ୍ଷ୍ୟଧିକ ମହିମା ଭକ୍ତ ଓ ସାଧୁସନ୍ଥ ରାଜ୍ୟ ତଥା ରାଜ୍ୟ ବାହାରୁ ଯୋଗଦେଇଛନ୍ତି । ଆଜି ହେଉଛି ମାଘପୂର୍ଣ୍ଣିମା ତଥା ଅଗ୍ନିଉତ୍ସବ ପାଇଁ ଯୋରନ୍ଦା ପୀଠରେ ସ୍ଵତନ୍ତ୍ର କାଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି l ଯୋରନ୍ଦା ମେଳା ପାଇଁ ଚଳଚଞ୍ଚଳ ମହିମା ପୀଠ । ସାଧୁସନ୍ଥ ଓ ଭକ୍ତ ମାନଙ୍କ ମୁହଁରୁ ନିସୃତ ଶୂନ୍ୟ ବ୍ରହ୍ମ ମହିମା ଅଲେଖ ବାଣୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ମାଘ ଚତୁର୍ଦଶୀ ଅଲେଖ ଗୋସେଇଁଙ୍କ ଇହଲୀଳା ସମ୍ବରଣ ଦିବସଟି ମହିମା ଧର୍ମଲମ୍ବୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ । ଯାହାକୁ ଦୀର୍ଘ୧୫୧ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ମହାସମାରୋହରେ ପାଳନ କରାଯାଉଛି । ମେଳା ପାଇଁ ମହିମା ପୀଠରେ ଜମିଛି ସାଧସନ୍ଥଙ୍କ ଭିଡ ।
ମହିମା ମେଳାର ମୁଖ୍ୟ ଆକର୍ଷଣ ହେଉଛି ଝାଡବତୀରେ ମହଣ ମହଣ ଦେଶୀ ଘିଅ ଆହୁତି । ଯାହାକୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗୁଛି l ଭକ୍ତମାନଙ୍କପାଇଁ ଜିଲ୍ଲା ପ୍ରଶାସନ ଓ ଯୋରନ୍ଦାଗାଦି ତରଫରୁ ସମସ୍ତ ପ୍ରକାର ବ୍ୟବସ୍ତା କରାଯାଇଛି । ଗତକାଲି ସନ୍ଧ୍ୟା ସମୟରେ ଝାଡବତୀ ଲାଗିଥିଲା ଆଜି ମଧ୍ୟ ଝାଡ଼ ଦୀପ ଲାଗିବ ।





