ଖୁଣ୍ଟିଗୋରା ଓ ସୁଖାମୁଣ୍ଡାରେ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଓ ଅଧିବାସ ।


କଣ୍ଟାମାଳ,୨୩।୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ହରିନାମ ଚାଲିଛି। ସେହିପରି ଖୁଣ୍ଟିଗୋରା ପଞ୍ଚାୟତର ଖୁଣ୍ଟିଗୋରାରେ ଜୋନ ସ୍ତରୀୟ ଶୌଣ୍ଢିକ ସମାଜ ତରଫରୁ ଅଷ୍ଟପ୍ରହର ନାମଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା ଓ ଅଧିବାସ ଅନୁଷ୍ଠିତ ହୋଇଯାଇଛି। ନିକଟସ୍ଥ ପୋଖରୀରୁ ଜଳ ପୂର୍ଣ୍ଣ କଳସରେ ଶତାଧିକ ମହିଳା ଉପାସକ ଶ୍ରଦ୍ଧାଳୁଙ୍କ ସହ ଘଣ୍ଟ ଶଙ୍ଖ ସଂକୀର୍ତ୍ତନ୍ୟରେ ଗ୍ରାମ ପରିକ୍ରମା ପରେ ନାମଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା। ଶନିବାର ସକାଳ ୯ ଘଣ୍ଟା ସମୟରେ ନାମଯଜ୍ଞ ଆରମ୍ଭ ହେବା ନେଇ ସଭାପତି ନାଗର ସାହୁ ସୂଚନା ଦେଇଛନ୍ତି। ଅନ୍ୟତମ ସୁଖାମୁଣ୍ଡା ଗ୍ରାମ ସ୍ଥିତ ସୀତାରାମ ମଠଠାରେ ମାଘ ପୂର୍ଣ୍ଣିମା ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ଶୁକ୍ରବାର ଶ୍ରଦ୍ଧାଳୁ ଭକ୍ତ ଓ ମହିଳା ମାନଙ୍କୁ ନେଇ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସକାଳୁ ଘଣ୍ଟ, ଶଙ୍ଖ, ମୃଦଙ୍ଗ ବାଦ୍ୟ ସହିତ ସ୍ଥାନୀୟ ପୁଷ୍କରିଣୀରୁ ଗଙ୍ଗାମାତାଙ୍କ ପୂଜା ପୂର୍ବକ ପବିତ୍ର ଜଳ ଆଣି ଗ୍ରାମ୍ୟ ପରିକ୍ରମା ପରେ ପୂଜା ମଣ୍ଡପରେ ସ୍ଥାପନ କରାଯାଇଛି l ଆଚାର୍ଯ୍ୟ ଶ୍ରୀନ୍ନିବାସ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୂଜା କାର୍ଯ୍ୟରେ ଦେବାଧି ମଲିକ ଓ ଧର୍ମପତ୍ନୀ ଚଞ୍ଚଳା ମଲିକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ l ବାବା ସୁକଦେବ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁପ୍ତେଶ୍ୱର ମଲିକ, ଅନଙ୍ଗ ଭୋଇ, ଚନ୍ଦ୍ରଶେଖର ମଲିକ, ସୁଶାନ୍ତ ଭୋଇ, ଗୌରୀ ଭୋଇ, ବୁଡୁ ମଲିକ ଏବଂ ଅଞ୍ଚଳବାସୀ ସହଯୋଗ କରିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




