Entertainment

କୁରୁକୁପାର ନାମଯଜ୍ଞ ପୁନଃଶ୍ଚରଣ, ଶେଷ ଦିନରେ ନେତାମାନଙ୍କ ଭିଡ଼,ନାମଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁ ।

 

କଣ୍ଟମାଳ, ତା୨୨/୨ ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଆମ୍ବଗାଁ ପଞ୍ଚାୟତ କୁରୁକୁପାର ଉପରପଡ଼ାରେ ସିଦ୍ଧି ବିନାୟକ ସାଂସ୍କୃତିକ ପରିଷଦ ଦ୍ଵାରା ତିନିଦିନ ଧରି ଚାଲିଥିବା ଷୋହଳ ପ୍ରହର ନାମଯଜ୍ଞ ଗୁରୁବାର ଦିନ ପୁନଃଶ୍ଚରଣ ହୋଇଯାଇଛି। ସର୍ବସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ସବୁଦଳର ଆଶାୟୀ ନେତାଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଏବଂ ନାମଯଜ୍ଞରେ ଅଧିକାଂଶ ମହିଳା ସଂକୀର୍ତ୍ତନ ମଣ୍ଡଳୀ ସହ ମିନାବଜାର ଯୋଗୁଁ ଶ୍ରଦ୍ଧାଳୁଙ୍କ ସହ ହଜାର ହଜାର ଦର୍ଶନାର୍ଥୀ ମହିଳା, ଶିଶୁ, ପୁରୁଷଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏପରିକି ମିନାବଜାରରେ ଛୋଟ ଛୋଟ ଶିଶୁଙ୍କ ପାଇଁ ମୋଟର କାର ରେସ, ଲେଦର ଡେନ୍ସ ସହ ଚଣା ଚଟପଟି,ସୋଲା ପୁରୀ,ଦହିବରା ଆଳୁ ଦମ ବେଶ କିଛି ସମୟ ଦର୍ଶକଙ୍କ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ମଙ୍ଗଳବାରଠୁଁ ଆରମ୍ଭ ହୋଇଥିବା ଉକ୍ତ ନାମଯଜ୍ଞରେ ପଣ୍ଡିତ ଯଜ୍ଞେଶ୍ଵର ମିଶ୍ର ଓ ସାଥୀ ସମସ୍ତ ହୋମଯଜ୍ଞ ଓ ପୂଜା କାର୍ଯ୍ୟ କରିଥିଲେ।କର୍ତ୍ତା ଭାବେ ଗ୍ରାମର ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଓରଫ ରାଜୁ ଜାନୀଙ୍କ ସହ ଧର୍ମପତ୍ନୀ ଶ୍ରୀମତୀ ସଂକୁନ୍ତଳା ଜାନି ପୂଜାକାର୍ଯ୍ୟ ତୁଳାଇଥିଲେ। ସେହିପରି ପରିଷଦର ସଭାପତି ଦେବେନ୍ଦ୍ର ସାହୁ,ସଂପାଦକ ଜପ ପୁଟେଲ, କୋଷାଧ୍ୟକ୍ଷ ଅନିଲ ରଣା, ଉପଦେଷ୍ଠା ଶେଷଦେବ ବାଘ ଓ ଶିବ ପ୍ରସାଦ ସାହୁଙ୍କ ତତ୍ତ୍ଵାବଧାନରେ ସମସ୍ତ ସଦସ୍ୟଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button