କଂଗ୍ରେସ ର ମାତୃ ଆଶୀର୍ବାଦ ଯାତ୍ରା ସୂଚନା ଦେଉଛି – ତିର୍ତ୍ତୋଲରେ ଏଥର କଂଗ୍ରେସ


ତିର୍ତ୍ତୋଲ –::ଆରମ୍ଭ ହୋଇଯାଇଛି ନିର୍ବାଚନର ପୂର୍ବ ପ୍ରସ୍ତୁତି !ଶାସକ ଦଳ ମହିଳା ମାନଙ୍କୁ ନେଇ ବିକାଶର ଡିଣ୍ଡିମ ପିଟୁଥିବା ବେଳେ, ପଦ୍ମଫୁଲିଆ ରଙ୍ଗିଲା ନେତାଏ ଶାସକ ଦଳ କୁ ଅପାରଗ କୁଶାସକ ଦର୍ଶାଇ ହୋହାଲ୍ଲା କରୁଛନ୍ତି !୨୦୨୪ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳର ନେତା ମାନେ ଭୋଟର ମାନଙ୍କୁ ଆକର୍ଷଣ କରିବାର ପ୍ରୟାସ ଜାରି ରଖିଛନ୍ତି ! କିନ୍ତୁ ଅହିଂସାର ମଞ୍ଜି ବୁଣି ହୃଦୟ ଜିତିବାର ମନ୍ତ୍ରକୁ ପାଥେୟ କରି ଜାତୀୟ ଦଳ କଂଗ୍ରେସ ଆପଣେଇଛି ନୂଆ ସଂଗ୍ରାମ ! ଭାରତୀୟ ସଂସ୍କାର ଓ ସଂସ୍କୃତିର ପୂଜ୍ୟ ପୂଜାକୁ ଅସ୍ତ୍ର କରି ଗାଁଆ କୁ ଗାଁଆ ବୁଲି ବୃଦ୍ଧ ବୃଦ୍ଧା ଙ୍କ ଆଶୀର୍ବାଦ ଭିକ୍ଷା କରି ଜାତୀୟ କଂଗ୍ରେସର ପୂର୍ବ ଐତିହ୍ୟକୁ ପ୍ରତିଷ୍ଠା କରିବାର ପ୍ରତିଶୃତି ଦେଇ ଲୋକ ସମ୍ପର୍କ ତିଆରି କରି ଚାଲିଛି !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ ର ଦାବିଦାର ବିଧାୟକ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ପୂଜ୍ୟ ପୂଜାର ପଦ୍ଧତି କୁ ସମ୍ମାନ ଜଣେଇ ଆରମ୍ଭ କରିଛନ୍ତି ମାତୃ ଆଶୀର୍ବାଦ ଯାତ୍ରା ! କୌଣସି ଦଳକୁ ଆକ୍ଷେପ ନକରି ନିଜେ କିପରି ପ୍ରତ୍ୟେକ ଜନସାଧାରଣଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ରୋଜଗାର, ମହଙ୍ଗାଇ ଦୂରୀକରଣ କ୍ଷେତ୍ରରେ ସହାୟକ ହେବ,ସେଇ ଲକ୍ଷ ନେଇ ଆପଣେଇଛି ମାତୃ ଆଶୀର୍ବାଦ ଯାତ୍ରା ! ତା ସହିତ ଚା କପ ଗପସପ, ଓ ହୃଦୟର କଥା ମଣିଷ ଙ୍କ ସହିତ ! ଚର୍ଚ୍ଚା ହେଉଛି ଯେ ଶାସକ ଦଳ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଉଥିବାର ବାହାବା ଗାଉଥିବା ବେଳେ କଂଗ୍ରେସ ର ମାତୃ ଆଶୀର୍ବାଦ ଯାତ୍ରା ନିଶ୍ଚିତ ଲୋକପ୍ରିୟତା ସୃଷ୍ଟି କରୁଛି ! ଆଜି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତ ରେ ଏହି ଯାତ୍ରା ର ମହାପ୍ରଭାବ ପଡ଼ିଥିବା ବେଳେ ମହିଳା ଓ ପୁରୁଷ ଜନନେତା ହିମାଂଶୁ ଭୂଷଣ ମଲ୍ଲିକ ଙ୍କୁ ଆନନ୍ଦ ରେ ଗ୍ରହଣ କରିଥିଲେ ଏବଂ ହାତ ଟେକି ଆଶୀର୍ବାଦ ଦେଇ ଥିଲେ ! ଦାଇଁଲୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ଧନଞ୍ଜୟ ସୁତାର ଙ୍କ ନେତୃତ୍ୱ ଓ ପଞ୍ଚାୟତ ସଭାପତି ତରୁଣ କୁମାର ସାମଲଙ୍କ ତତ୍ୱାବଧାନରେ ଏହି ଆଶୀର୍ବାଦ ଯାତ୍ରା ସାନ ପୋଷଲ ଗ୍ରାମରୁ ଆରମ୍ଭ ହୋଇ ହାବେଳୀ, ବଡପୋସଲ, ଦାଇଁଲୋ, କେଶିପୁର, ଦାମୋଦର ପାଟଣା, କଂସାରୀ ଦେଇ ନାହାଁଗୁରି ଠାରେ ସମାପ୍ତ କରାଯାଇଥିଲା ! ବହୁ ସଂଖ୍ୟାରେ ଲୋକମାନେ ତାଙ୍କୁ ମନ ଖୋଲା ଆଶୀର୍ବାଦ କରିଥିଲା ବେଳେ ଫୁଲହାର ଦେଇ ସୁଭେତ୍ସା ମଧ୍ୟ ଜଣାଇ ଥିବାର ଦେଖିବାକୁ ମିଳିଥିଲା !ସମୟ କହିବ ଆଗାମୀ ୨୦୨୪ ନିର୍ବାଚନରେ ତିର୍ତ୍ତୋଲ ର ଭାଗ୍ୟ ବଦଳୁଛି ନା ପୁନଃ ମୂଷିକ ଭଵଃ ନ୍ୟାୟରେ ତିର୍ତ୍ତୋଲ ବାସୀଙ୍କୁ ଭାଗ୍ୟ ସହିତ ବିଡମ୍ବନାକୁ ସାମ୍ନା କରିବାକୁ ପଡୁଛି ???
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




