କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀରାଜନାଥ ସିଂହ ଆଜି ଓଡିଶା ଗସ୍ତ ରେ


କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀରାଜନାଥ ସିଂହ ଆଜି ଓଡିଶା ଗସ୍ତ ରେ ଆସିଛନ୍ତି। ପ୍ରଥମ ଗସ୍ତ ରେ ମନ୍ତ୍ରୀ ଶ୍ରୀ ସିଂ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି । ନବରଙ୍ଗପୁର ର ସର୍କିଟ ହାଉସ ପଡିଆ ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ସକାଳ 10.25 ରେ ନବରଙ୍ଗପୁର ପହଂଚି ଥିଲେ। ମନ୍ତ୍ରୀ ଶ୍ରୀ ସିଂ ପହଂଚିବା ପରେ ତାଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କର୍ମୀ ଓ ନେତା ଙ୍କୁ BJP ସକାଶେ ବାର ଘଣ୍ଟା ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି, ,
ରାମ ମନ୍ଦିର ନିର୍ମାଣ, ତିନି ତଲାକ, ଧାରା ୩୭୦ ହୋଇଥିବା ସଫଳତା କୁ ଦୋହରାଇ ଥିଲେ।ଦେଶ ତିଆରି ପାଇଁ ରାଜନୀତି କରୁନାହାନ୍ତି ବରଂ ସମାଜ ତିଆରି ପାଇଁ ରାଜନୀତି କହୁଛନ୍ତି କହିଛନ୍ତି, ରାଜ୍ୟ BJP ସଭାପତି ମନମୋହନ ସାମଲ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଲେ ଧାନ ର MSP ମୂଲ୍ୟ ୩୧୦୦ ଦେବାକୁ ପ୍ରତିଶ୍ରୁତି ଦେଲେ ଚିଟ୍ ଫଣ୍ଡ ଠକେଇ ମାମଲାରେ ସରକାର ଆସିଲେ ତିନି ମାସରେ ଫେରି ପାଇବେ ବୋଲି କହିଲେ ରାଜ୍ୟ।
ଶ୍ରୀ ସିଂ ନବରଙ୍ଗପୁର, କୋରାପୁଟ, ବଲାଙ୍ଗୀର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ର ର ବିଜେପି ର କୋର କମିଟି ସଦସ୍ୟ ଙ୍କୁ ଉଦବୋଧନ ଦେଇଛନ୍ତି।
ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲା ଗସ୍ତ ରେ ଆସି ଥିବା ବେଳେ କାର୍ଯ୍ୟକର୍ତ୍ତା ବେଶ ଉତ୍ସାହିତ ହୋଇଥିଲେ।
tବଲାଙ୍ଗୀର କଳାହାଣ୍ଡି କୋରାପୁଟ ଓ ନବରଙ୍ଗପୁର ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ଶ୍ରୀ ରାଜନାଥ ସିଂହ ମାର୍ଗ ଦର୍ଶନ କରିଛନ୍ତି।
ଏହି ଅବସରରେ ପୂର୍ବତନ ସେନା କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ସାଂଂସଦ ବସନ୍ତ ପଣ୍ଡା, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବିଧାୟକ ନିତ୍ୟନନ୍ଦ ଗଣ୍ଡ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂ ଦେଓ ଙ୍କ ସହ ଜିଲ୍ଲା ବିଜେପି ର ବରିଷ୍ଠ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ନବରଙ୍ଗପୁର ପରେ ଶ୍ରୀ ସିଂ ବ୍ରହ୍ମପୁର ଓ ବାରିପଦା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।





