ମୋ ଓଡିଶା ନବୀନ ଓଡିଶା ପଞ୍ଚୟତସ୍ତରୀୟ ସଚେତନା କାର୍ଯ୍ୟକ୍ରମ


ବଡ଼ଚଣା, ୨୧। ୨(ନି.ପ୍ର): ବଡଚଣା ବ୍ଲକ ଅଧିନରେ ଥିବା ସମସ୍ତ ୪୩ଟି ପୟତରେ ମୋ ଓଡିଶା ନବିନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ବନ୍ତଳା ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଞ୍ଚ ଦାମୋଦର ମଲ୍ଲିକ ମଞ୍ଚ ପରିଚାଳନା କରି ଥିଲେ। ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଊନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା ରାଜ୍ୟ ସରକାର ଯୋଗାଇ ଦେଇଥିବା ଶ୍ରୀ ଯୁକ୍ତ ବିଧାୟକ ଉପସ୍ଥିତ ଶହ ସହ ଜନସାଧାରଣଙ୍କୁ ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥିଭାବେ ପଞ୍ଚାୟତ ସମିତି ଅଧକ୍ଷା ମିନତୀ ସେନାପତି, ଉପାଧ୍ଯକ୍ଷ ବିଭାଷ ଚନ୍ଦ୍ର ନନ୍ଦ, ଜିଲାପରିଷଦ ସଭ୍ୟ ଅରବିନ୍ଦ ସାମଲ, ଆଇନଜୀବୀ ଦେବରାଜ ବେହେରା, ସଂଞ୍ଜୟ କୁମାର ସ୍ଵାଇଁ, ପ୍ରାକ୍ତନ ଆତ୍ମା ଅଧକ୍ଷ ନିରଞ୍ଜନ ସେନାପତି, ସମିତି ସଭ୍ୟ ମଧୁସୂଦନ ବଳ, ସମିତି ସଭ୍ୟ କିଶୋର ସାମଲ ପ୍ରମୁଖ ଯୋଗଦେଇ ସରକାରଙ୍କ ଜନକଲ୍ୟାଣ ଯୋଜନା ଉପରେ ବକ୍ତବ୍ୟ ରଖିଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଦର୍ଶନ ସାହୁ ସଚେତନା ଉପରେ ନିଜର ବକ୍ତବ୍ୟ ରଖିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଘୋଡା ନାଚ, ପାଲା, ଲୋକ କଳା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରାଯାଇଥିଲା । ଏହି କାର୍ଯ୍ଯକ୍ରମକୁ ପଞ୍ଚାୟତ ସଭାନେତ୍ରୀ ଆଲମ୍ପିକା ସାହୁ, ପଞ୍ଚାୟତ ସଭାପତି ଦାମୋଦର ମଲ୍ଲିକ, ଯୁବ ସମ୍ପାଦକ ସୁଶାନ୍ତ ଜେନା, ପ୍ରଫୁଲ୍ଲ ବେହେରା, ଅନାକ ବିଶ୍ଵାଳ, ସୁଶାନ୍ତ ମଲିକ, ପ୍ରିୟରଞ୍ଜନ ଭଦ୍ର, ସୁବାଶ ଚନ୍ଦ୍ର ବାରିକ, ବପନ ରାଉତରାୟ, ବିନାୟକ ରାଜ, ଅଜୟ ମହାପାତ୍ର ବହୁ ପ୍ରମୁଖ ସହଯୋଗ କରିଥିଲେ ।




