Politics

ଶାଳପଡ଼ା ରେ ଉଦଯାପିତ ହେଲା ‘ ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ।

ଛତିଆ। ଯାଜପୁର,୨୨।୨( ବି; ପ୍ର) ଗ୍ରାମାଞ୍ଚଳର ଭିତ୍ତଭୂମିର ବିକାଶ ଲାଗି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ବିଭିନ୍ନ ଜନ ହିତକର ଯୋଜନା ଯୋଜନା କାର୍ଯ୍ୟକ୍ଷମ ହେଉ ଥିବା ବେଳେ,ବଡ଼ଚଣା ବ୍ଲକ ଅନ୍ତର୍ଗତ ସାଳପଡ଼ା ପଞ୍ଚାୟତ ହରନ୍ ତିକିରି ଖେଳ ପଡିଆ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯକ୍ରମ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇ ଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସରକାର ସମଗ୍ର ଦେଶରେ ବିକାଶ ଓ ସମ୍ଭାବନାର ମଡେଲ ସାଜିଥିବା କହିଥିଲେ। ଏହି ସଭାରେ ସମାଜ ସେବୀ ବିବେକ ରଞ୍ଜନ ସୁବୁଦ୍ଧି ସଭାପତିତ୍ବ କରିଥିଲେ। ସମାଜ ସେବୀ ରମେଶ ଚନ୍ଦ୍ର ଶତପଥୀ ସ୍ବାଗତ ଭାଷଣ ପ୍ରଦାନ କରି ଥିଲେ। ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି, ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ୧୯ ନମ୍ବର ଜୋନ ଜିଲ୍ଲା ପରିଷଦ ଅରବିନ୍ଦ ସାମଲ,ରାଜ୍ୟ ଛାତ୍ର ଯୁଗ୍ମ ସମ୍ପାଦକ ମନୋଜ୍ କୁମାର ସାମଲ,ପ୍ରମୁଖ ଯୋଗ ଦେଇ ଥିବା ବେଳେ, ଅତିଥି ମାନେ ପଞ୍ଚାୟତ ର ବିକାଶ ପୁସ୍ତିକା ଉନ୍ମୋଚନ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ରେ ବ୍ଲକ ମହିଳା ଫିଜରେଶନ ସଭାନେତ୍ରୀ ପୁଷ୍ପଲତା ନାଥ, ମଧୁସୂଦନ ବଳ ପ୍ରମୁଖ ଉପସ୍ଥିତ ଥିବା ବେଳେ ପଞ୍ଚାୟତ ଶହ ସହ ଜନ ସାଧାରଣ ଯୋଗ ଦେଇଥିଲେ । ବରିଷ୍ଠ ସମାଜ ସେବୀ ତଥା ଶତାୟୁ ପୁରୁଷ କାହ୍ନୁ ଚରଣ ସୁବୁଦ୍ଧି ଙ୍କୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନେତୃମଣ୍ଡଳୀ, ଯୁବକ,କୃଷକ, ପଞ୍ଚାୟତ ର ମିଶନ ଶକ୍ତିର ମହିଳା ସଂଘର ସଦସ୍ୟା , ଆଶାକର୍ମୀ ଙ୍କ ସହିତ ୱାର୍ଡ ସଭ୍ୟ ସଭ୍ୟା ମାନେ ଯୋଗଦେଇ ଥିଲେ । କିଶୋର ଚନ୍ଦ୍ର ସାମଲ, ରମେଶ ଚନ୍ଦ୍ର ଶତପଥୀ, ପୂର୍ବତନ ଆଶିଷ ରଞ୍ଜନ ସୁବୁଦ୍ଧି, ଅମର କୁମାର ନାୟକ, ପୁଷ୍ପଲତା ନାଥ, ମହେଶ୍ୱୋର ସେଠୀ, ପୂର୍ବତନ ସମିତି ସଭ୍ୟ ବିବେକ ରଞ୍ଜନ ସୁବୁଦ୍ଧି ସମେତ ଶତାଧିକ ଜନ ସାଧାରଣ ଯୋଗ୍ ଦେଇ ଥିଲେ। ବନ ପାହାଡ ଘେରା ପଶ୍ଚିମ ବଡ଼ଚଣା ଏବେ ବିକଶିତ ବଡ଼ଚଣା ରେ ପରିଣତ ହୋଇଛି। ଏହି ଭବ୍ୟ କାର୍ଯ୍ୟକ୍ରମକୁ ୧୬ ନମ୍ବର ଯୋନ ଜିଲ୍ଲା ପରିଷଦ ଯଚିନ୍ଦ୍ର ନାୟକ ସଂଯୋଜନା କରିଥିବା ବେଳେ,ସମାଜ ସେବୀ ଜଗନ୍ନାଥ ମୁଦୁଲି ଧନ୍ୟବାଦ୍ ଅର୍ପଣ କରିଥିଲେ।

Related Articles

Back to top button