ନେଳିଆ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଜନହିତକର ଓ ଲୋକାଭିମୁଖୀ ଯୋଜନାର ପ୍ରଚାର ପ୍ରସାର ନିମନ୍ତେ ମୋ ଓଡ଼ିଶା ଓ ନବୀନ ଓଡ଼ିଶା ବଡ଼ଚଣା ବ୍ଲକ ନେଳିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି ଯୋଗ ଦେଇଥିଲେ।ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ ସ୍ବାଗତ ଭାଷଣ ପ୍ରଦାନ କରି ଥିଲେ। ସମ୍ମାନିତ ଅତିଥି ଭାବରେ ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ବ୍ଲକ ମହିଳା ମହା ସଂଘ୍ ର ସଭାନେତ୍ରୀ ପୁଷ୍ପଲତା ନାଥ, ସମ୍ପାଦକ ସଂଯୁକ୍ତା ନାଥ , ନେଳିଆ ପଞ୍ଚାୟତ ମହିଳା ମହା ସଙ୍ଘ ର ସମ୍ପାଦିକା ପୁସ୍ପିତା ବସନ୍ତିଆ, ଜୋନ ସଭାପତି ବାସୁଦେବ ସ୍ୱାଇଁ, ସୋଲର ସମିତି ସଭ୍ୟ ସଞ୍ଜୟ ବେହେରା, ଜିଆର ଏସ୍ ଗୌରାଙ୍ଗ ସ୍ୱାଇଁ ଙ୍କ ସହିତ ଛତିଆ ମହିଳା ମହା ସଂଘ ସଭାନେତ୍ରୀ କ୍ରିଷ୍ଣା ସରଞ୍ଜିକା ନନ୍ଦ, ବ୍ୟାଙ୍କ୍ ମିତ୍ର ନମିତା ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ସଭାପତି ଧୀରେନ୍ଦ୍ର ନାଥ ମଞ୍ଚ ପରିଚାଳନା କରିଥିବା ବେଳେ, ପାରମ୍ପରିକ ନାଚ ,ଗୀତ ଓ ରାମ ପୁର ର ପାଲା ଗାୟକ ତରଣି ସେନ ରାଉତ ଓ ସେଥି ମାନଙ୍କ ପକ୍ଷରୁ ପାଲା ପରିବେଷଣ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଜନହିତକର ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ବରିଷ୍ଠ ମୂରବୀ ଅଶୋକ କୁମାର ତ୍ରିପାଠୀ, ନାଏବ ସରପଙ୍କ ଶ୍ରୀକାନ୍ତ ପାଲ, କପିଳ ରାଉତ,ମନୋଜ ନାୟକ ସମେତ ମହିଳା, ଯୁବକ,କୃଷକ, ମିଶନ ଶକ୍ତିର ମହିଳା ସଂଘ , ଆଶାକର୍ମୀ ଙ୍କ ସହିତ ୱାର୍ଡ ସଭ୍ୟ ସଭ୍ୟା ମାନେ ଯୋଗଦେଇ ଥିଲେ। ମଞ୍ଚରେ ୫୦ରୁ ଉର୍ଦ୍ଧ୍ବ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ଉତ୍ତରୀୟ ମାନପତ୍ର ପ୍ରଦାନ କରା ଯାଇ ସମ୍ମାନିତ କରାଯାଇଥିଲା।ଶେଷରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସସ୍ମିତା ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ।




