ଲୁପ୍ତପ୍ରାୟ ସଂକୀର୍ତନ୍ୟ କୁ ଉଜ୍ଜୀବିତ ପାଇଁ ସମାଜସେବୀଙ୍କ ନିଆରା ପ୍ରୟାସ


କଣ୍ଟାମାଳ, ତା୧୨/୨: (ପ୍ରଭାତ କୁମାର ସାହୁ) ଆଧୁନିକତା ମଧ୍ୟରେ ଗ୍ରାମାଞ୍ଚଳର ସଂକୀର୍ତନ୍ୟ ଧାରାରେ ଲୋପପାଇ ଆସୁଥିବା ମୃଦଙ୍ଗ(ଖୋଳ ) ର ପୁନଃରୁଦ୍ଧାର ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ର ବିଶିଷ୍ଟ ସମାଜସେବୀ ଶ୍ରୀକାନ୍ତ ମିଶ୍ର ଙ୍କ ନିଆରା ପ୍ରୟାସ ଚର୍ଚ୍ଚାର ବିଷୟ ହୋଇଛି l ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମହିମା, କଳା ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ସେ ଚେଷ୍ଠିତ l ସେବା ପାଇଁ ଉତ୍ସର୍ଗୀକୃତ ଶ୍ରୀ ମିଶ୍ର ଲୋକଙ୍କ ସେବା କରିବାପାଇଁ ନିଜ ଚାକିରିରୁ ଇସ୍ତଫା ଦେଇ ସୋନପୁର ଜିଲ୍ଲା ଡାକ୍ତରଖାନାରେ ଅବହେଳିତ ଦୁଃସ୍ଥ ରୋଗୀଙ୍କ ସହିତ ସାକ୍ଷାତ କରି ତାଙ୍କର ସମସ୍ୟାର ସମାଧାନ ପାଇଁ ତାଙ୍କର ପ୍ରୟାସ ଅତୁଳନୀୟ । ସେହିପରି ଏବେ କଣ୍ଟାମାଳ ବ୍ଳକର ପ୍ରତ୍ୟେକ ଗ୍ରାମକୁ ଯାଇ ହରିନାମ ସଂକୀର୍ତ୍ତନ ପାଇଁ ପ୍ରତ୍ୟେକ ଗ୍ରାମରେ ଲୁପ୍ତ ପାଇଥିବା ସଂକୀର୍ତ୍ତନଦଳଙ୍କୁ ଉତ୍ସାହିତ କରି ମୃଦଙ୍ଗ , ତାଳ ଆଦି ପ୍ରଦାନ କରି ଲୋକଙ୍କ ଦୁଃଖ ସୁଖରେ ସାମିଲ ହେବାର ପ୍ରତିଶୃତି ଦେଉଛନ୍ତି । ଅଦ୍ୟାବଧି ଶହେରୁ ଅଧିକ ମହିଳା ଓ ପୁରୁଷ ସଂକୀର୍ତ୍ତନ ଦଳକୁ ଉତ୍ସାହିତ କରିସାରିଲେଣି । ଗୁରୁବାର କଣ୍ଟାମାଳ ବ୍ଲକଛକ ସ୍ଥିତ ଶ୍ରୀରାମ ମନ୍ଦିର କମିଟିକୁ ଖୋଳ ସହ ପ୍ରଦାନ କରି ଉତ୍ସାହିତ କରିଛନ୍ତି l ଖୋଳ ପ୍ରଦାନ ସମୟରେ ମନ୍ଦିର କମିଟିର ସଭାପତି ସନ୍ତୋଷ କୁମାର ବିଶି, ସମ୍ପାଦକ ଦାମୋଦର ସ୍ୱାଇଁ, ପୂଜକ ଆନନ୍ଦ ଚନ୍ଦ୍ର ପାଢ଼ୀ, ରବୀନ୍ଦ୍ର କୁମାର ମହାପାତ୍ର, ଜୟ କୁମାର ମହାରଣା, ନୀଳାଞ୍ଚଳ ଗୁରୁ, ପ୍ରଦୀପ କୁମାର ଦାସ, ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ରହି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ନିକଟରେ ଶ୍ରୀ ମିଶ୍ର ଙ୍କ ଉତ୍ତରୋତ୍ତର ଉନ୍ନତି ଓ ପ୍ରଗତି ପାଇଁ ପ୍ରାର୍ଥନା କରିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




