ବିଦ୍ୟାଧର ପୁର ରେ ନାଟକ ମଞ୍ଚସ୍ଥ


ନେଳିଆ ପଂଚାୟତ ବିଦ୍ୟାଧର ପୁର ମା ଗୋଜବାୟାଣୀ ଙ୍କ ପୀଠରେ ଚଳିତ ମାସ ଚଉଦ ତାରିଖ ଠାରୁ ପନ୍ଦର ତାରିଖ ପର୍ଯ୍ୟନ୍ତ ଦୁଇ ରାତ୍ର ବ୍ୟାପି ଡ୍ରାମା ମଉଡମଣୀ ମା ଗୋଜବାୟାଣୀ ନାଟ୍ୟ କଳା ପରିଷଦ ପକ୍ଷରୁ ଏତେ ଦୁଃଖ କାହିଁ ଦେଲୁ ଦଇବ, ସ୍ୱାମୀର ସିନ୍ଦୁର ସତ ଲାଗୁଛ, ନାଟକ ମଞ୍ଚସ୍ଥ ହୋଇଯାଇଅଛି, ପ୍ରଥମ ରଜନୀ ରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଅମର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗ୍ରାମ ବାସୀଙ୍କୁ ଉତ୍ସାହିତ କରାଇଥିଲେ, ଦ୍ୱିତୀୟ ରଜନୀ ରେ ବିଧାୟକ ଅମର ପ୍ରସାଦ ଶତପଥି ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜୟନ୍ତୀ ସ୍ୱାଇଁ ଛତିଆ ସମିତି ସଭ୍ୟ ଦୀପକ ସାହୁ ଯୋଗ ଦେଇଥିଲେକଳାକାର ମାନଙ୍କୁ ଉତ୍ସାହିତ କରାଇଥିଲେ, ଏହି ଅବସର ରେ ବହୁ ସୁନାମ ଧନ୍ୟ କଳାକାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା,ପରିଚାଳନା କମିଟି ପକ୍ଷରୁ ଚିନ୍ମୟ ବେହେରା ଗୌରାଙ୍ଗ ପାତ୍ର ଅଶୋକ ବେହେରା ରମେଶ ବେହେରା ବିଜୟ ଵେଜ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ମାଷ୍ଟର ଶ୍ରୀଧର ମହାନ୍ତି ଓ ଭଜହରୀ ପୃଷ୍ଟି ନାଟ୍ୟ ନିର୍ଦେଶନା ମାଷ୍ଟର ମିଟୁ ନୃତ୍ୟ ନିର୍ଦେଶନା ଦେଇଥିଲେ, ଶ୍ରେଷ୍ଟାଂଶେ ଅଭୟ, ଆଲୋକ, ପପୁ, ଶ୍ରୀମନ,ତପନ,ଓ ଚିଣ୍ଟୁ ଆଦି ନିଖୁଣ ଅଭିନୟ ପ୍ରଦର୍ଶନ କରି ଦର୍ଶକ ଙ୍କୁ ବିମୋହିତ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,




