Politics

ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ନୂତନ ବସଷ୍ଟାଣ୍ଡ ଉଦଘାଟିତ

 

ହରଭଙ୍ଗା 15/2/24(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ବହୁ ପ୍ରତିକ୍ଷିତ ହରଭଙ୍ଗା ବସଷ୍ଟାଣ୍ଡ ଆଜି ସାମୁହିକ ଭାବେ ଉଦଘାଟିତ ହୋଇଯାଇଛି।ଉକ୍ତ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରେ ବୌଦ୍ଧ ବିଧାୟକ ତଥା ଓଡିଶା ସରକାର ଙ୍କ ଜଙ୍ଗଲ ଓ ପରିବେଶ, ପାନୀୟ ଜଳ ତଥା ପଞ୍ଚାୟତ ରାଜ, ଓ ଲୋକ ସୂଚନା ଓ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କଣ୍ଟାମଳ ବିଧାୟକ ମହୀଧର ରଣା, ଜିଲ୍ଲାପାଳ ଯେ. ସୋନାଲ, ଉପଜିଲ୍ଲାପାଳ ରବୀନ୍ଦ୍ର କହ୍ନର,ବିଡ଼ିଓ,ପିଡି ଓ ଅନ୍ୟାନ୍ୟ ଦଳୀୟ ତଥା ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ। ସୂଚନା ଥାଉକି ଓଡିଶା ପୋଲିସ ହାଉସିଂ ବୋର୍ଡ଼ ଆଣ୍ଡ କର୍ପୋରେସନ ଭୁବନେଶ୍ୱର ଦ୍ୱାରା ଉକ୍ତ ବସଷ୍ଟାଣ୍ଡ ଟି 689.17 ଲକ୍ଷ ବ୍ୟୟ ଅଟକଳରେ ଟି ନିର୍ମାଣ ହୋଇଛି। ଗତ 13/6/2022 ରୁ ଉକ୍ତ ସଂସ୍ଥା କାମ ଆରମ୍ଭ କରି 17/10/2023 ରେ ସମ୍ପୂର୍ଣ କରିଥିଲା। ପର୍ଯ୍ୟୟକ୍ରମେ ଆଜି ରାଜ୍ୟ ର 13 ଜିଲ୍ଲା ର 20 ବସଷ୍ଟାଣ୍ଡ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଦ୍ୱାରା ଆଭାସୀ ମାଧ୍ୟମ ରେ ଶୁଭଦଘାଟନ କରିଥିଲେ। ଅତ୍ୟାଧୁନିକ ଜ୍ଞାନ କୌଶଳ ରେ ତିଆରି ବସଷ୍ଟାଣ୍ଡ ଭିତରେ ରହିଛି ମାର୍କେଟ କଂପ୍ଲେକ୍ସ, ସିକୁରିଟି ସୁବିଧା, ବସ ଚାଳକ ମାନଙ୍କ ବିଶ୍ରାମ ସ୍ଥାନ,ଓ ଖାଇବା ପାଇଁ କ୍ୟାଣ୍ଟିନ ର ସୁବିଧା ରହିଥିବା ବେଳେ ଅଂଚଳ ରେ ଏଭଳି ଏକ ବସଷ୍ଟାଣ୍ଡ ର ଲୋକାର୍ପଣ ହୋଇଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଖୁସିବ୍ୟକ୍ତ ଥିବା ଜଣାପଡିଛି।

Related Articles

Back to top button