Politics

ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପାର୍ଥିତ୍ୱକୁ ନେଇ ରାଜ ରାଜନୀତି ଚଳ ଚଞ୍ଚଳ.

ଭୁବନେଶ୍ୱର ଆଜି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ସଭା ସାଂସଦ ପଦ ପାଇଁ ବିଧାନସଭାରେ ବିଜେପି ବିଧାୟକ ମାନଙ୍କ ସାଙ୍ଗରେ ନିଜର ପ୍ରାର୍ଥୀ ପତ୍ର ରିଟର୍ନିଙ୍ଗ ଅଫିସରଙ୍କ ପାଖରେ ଦାଖଲ କଲେ. ପ୍ରଥମେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ମାନଙ୍କ ସହ ବୈଠକ କରି ବିଧାନସଭା ଯାଇଥିଲେ. ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ. ପ୍ରାଥୀ ପତ୍ର ଦାଖଲ ପରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇ ଆଉ ଥରେ ଓଡିଶା ବାସୀଙ୍କ ସେବା କରିବାକୁ ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ. ବିଜେଡି ଅଶ୍ୱିନୀଙ୍କୁ ସମର୍ଥନ ଦେଇଥିଲେ ବି ଅଶ୍ୱିନୀ ବୈଷ୍ଣବ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କଣାଇବା ପ୍ରସଙ୍ଗରେ ନିରବ ରହିଥିଲେ. ଆମେ କାହାକୁ ସମର୍ଥନ ମାଗିନାହୁଁ ସିଏ କାହିଁକି ସମର୍ଥନ ଦେଲେ ତାଙ୍କୁ ପଚାର ଓ ଯଦି ତାଙ୍କର ଦମ ଅଛି ପ୍ରାର୍ଥୀ ଦେଇ ଆମ ସାଙ୍ଗରେ ଲଢନ୍ତୁ ବୋଲି ଚାଲେଞ୍ଜ ଦେଇଛନ୍ତି ବିଜେପି ମୁଖ୍ୟ ସଚେତକ ମୋହନ ମାଝି. ସେହିପରି ରାଜ୍ୟ କଂଗ୍ରେସ ଦଳ ତରଫରୁ ବିଜେପି ବିଜେଡି ଭିତିରି ସମ୍ପର୍କରେ ରାଜ୍ୟ ବାସୀଙ୍କୁ ଅବଗତ କରାଇ ଆସନ୍ତା 17ତାରିଖରେ ସାରା ରାଜ୍ୟରେ ବିଜେଡି କିପରି ଓଡିଶା ଲୋକଙ୍କୁ ଧୋକା ଦେଇଛି ସେ ବିଷୟରେ ପ୍ରତିବାଦ କରି ବୁଝାଇଦିଆଯିବ. ରାଜ୍ୟ ବାସି ବିଜେପି ବିଜେଡି ମଧୁ ଚନ୍ଦ୍ରିକାରୁ ରାଜ୍ୟକୁ ରକ୍ଷା କରନ୍ତୁ, ଓଡିଶାର ଅସ୍ମିତା ରକ୍ଷା କରନ୍ତୁ ଓ ଆଗାମୀ ଦିନରେ କେଂଗ୍ରେସକୁ ସେବା କରିବା ପାଇଁ ସୁଯୋଗ ଦେବାକୁ ଆହ୍ୱାନ ଦେଇଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ. କଂଗ୍ରେସ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ମୋଦି ଓ ନବୀନ ଯୁଗ୍ମ କୁଶପୁତ୍ତଳିକା ଦାହ କରିଥିଲେ.

 

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button