ପାରିଆ ପଂଚାୟତ ରେ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ


ବଡ଼ଚଣା ବ୍ଳକ ଅଧୀନ ପାରିଆ ପଂଚାୟତ ରେ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି, ପ୍ରାକ୍ତନ ସରପଞ୍ଚ ମାନସ ରଞ୍ଜନ ପଣ୍ଡା ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ଆୟୋଜିତ କାର୍ଯ୍ୟ କ୍ରମ ରେ ବିଧାୟକ ଅମର ପ୍ରସାଦ ଶତପଥି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କ ରେ ଆଲୋକପାତ କରିଥିଲେ, ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ର ଶୁଭା ରମ୍ଭ କରିଥିଲେ, ଶ୍ରୀଯୁକ୍ତ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ପଂଚାୟତ ସମିତି ଅଧକ୍ଷା ମିନତୀ ସେନାପତି ସଭା ରେ ଅଧକ୍ଷତା କରିଥିଲେ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ଯଚି ନ୍ଦ୍ର ପ୍ରସାଦ ନାୟକ ନିରଞ୍ଜନସେନାପତି ମିଶନ ଶକ୍ତି ଫେଡେରେସନ ର ଦିପ୍ତିମୟୀ ବାରିକ MBK ନମିତା ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ହରିଶଙ୍କର ନୋଡାଲ ପ୍ରାଥମିକ ବିଦ୍ୟାଳୟ ର ମୁଖ୍ୟ ମନ୍ତ୍ରୀ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଗ୍ରାମ ମହାନ୍ତି ଙ୍କ ସମେତ ବହୁ ଶିକ୍ଷକ ଅଙ୍ଗନ ବାଡ଼ି କର୍ମୀ ଆଶା କର୍ମୀ SHG ଗ୍ରୁପ ପ୍ର ଡୁ ସର ମାନଙ୍କୁ ମୋଟ 120ଜଣ ପ୍ରତିଭା ଙ୍କୁ ସମ୍ମାନିତ କରାଯାଇଥିଲା, କାର୍ତିକ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଜୟା ନନ୍ଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ନାଚ ମାଧ୍ୟମରେ ନବୀନ ସରକାର ଙ୍କ ବିଭିନ୍ନ ଜନ ହିତକର କାର୍ଯ୍ୟ ଗୁଡିକ ପରିବେଷଣ କରାଯାଇଥିଲା, ସୁନାମ ଧନ୍ୟ ଗାୟକ ରଂଜିତ ଦାସ ମନ ମୁଗ୍ଧ କର ପାଲା ପରିବେଷଣ କରିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ





