Entertainment

ଖଟଖଟିଆ ସ୍କୁଲରେ ସ୍ବର୍ଗତ ସାଧୁ ମେହେରଙ୍କୁ ତୁଳୀରେ ଶ୍ରଦ୍ଧାଞ୍ଜଳି ଦେଲେ ଛାତ୍ରଛାତ୍ରୀ । ଶୃଙ୍ଖଳିତ ଜୀବନ ହିଁ ସାଧନାର ଶୀର୍ଷକୁ ପହଞ୍ଚାଇଥାଏ – ଅତିଥି ସରସ୍ଵତୀ ଜୀ

 

 

କଣ୍ଟାମାଳ, ୧୪/୨: (ପ୍ରଭାତ କୁମାର ସାହୁ) ବିଖ୍ୟାତ ଅଭିନେତା ସ୍ବର୍ଗତ ପଦ୍ମଶ୍ରୀ ସାଧୁମେହେରଙ୍କ ଦ୍ୱାଦଶାହତିଥି ଅବସରରେ ବୌଦ୍ଧ ଜିଲା କଣ୍ଟାମାଳ ବ୍ଳକ ଖଟଖଟିଆ ସରକାରୀ ଉପ୍ରା ବିଦ୍ୟାଳୟରେ ବରଗଡ଼ ଜିଲ୍ଲାରୁ ପ୍ରକାଶିତ ପାକ୍ଷିକ ପତ୍ରିକା କୋଶଳ ଟାଇମ ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଏକ ସ୍ମୃତିଚାରଣ ସଭା ମଧ୍ୟ କୋଶଲ ଟାଇମର ସଂପାଦକ ସଂଜୀବ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଦ୍ୟାଳୟର ଶିକ୍ଷକ ରଂଜୁ ଅମାତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ସମୀର କୁମାର ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମ୍ୱଲପୁର ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଅର୍କକୁମାର ଦାସ ମହାପାତ୍ର ଯୋଗଦେଇ ପଦ୍ମଶ୍ରୀ ଡ଼ ସାଧୁମେହେରଙ୍କ ଜାତୀୟ ସ୍ତରରେ କିପରି ନିଜର କଳାକୃତି ପ୍ରତିପାଦନ କରି ଏ ମାଟି ପାଇଁ ପରିଚୟ ସୃଷ୍ଟି କରିଥିଲେ ତାଙ୍କ ଉପରେ ବକ୍ତବ୍ୟ ରଖିଥିଲେ।ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ତେଜୋମୟାନନ୍ଦ ସରସ୍ବତୀଜୀ ଯୋଗ ଦେଇ ସ୍ପର୍ଗତ ସାଧୁ ମେହେରଙ୍କ ଶୃଙ୍ଖଳିତ ଜୀବନ ହିଁ ତାଙ୍କ ସାଧନାକୁ ଶୀର୍ଷ ସ୍ଥାନକୁ ନେଇଥିଲା ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳିନା ପ୍ରଧାନ,ବୌଦ୍ଧ ଜିଲା ଅତିରିକ୍ତ ଏସପି ଏମ.ମିଞ୍ଜ,ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରୁ,ପ୍ରାକ୍ତନ ପ୍ରଶାସିକା ତଥା ନୃତ୍ୟ ନିର୍ଦେଶିକା ତପସ୍ୱିନୀ ଗୁରୁ,ବୌଦ୍ଧ ଜିଲ୍ଲା କଲଚାରଲ ଏକାଡେମୀର ସଭାପତି ତଥା ନାଟ୍ୟକାର ହରିହର ପ୍ରଧାନ ଯୋଗଦେଇ ସ୍ପର୍ଗତ ସାଧୁବାବୁ ଚଳଚିତ୍ର ଓ ନାଟ୍ୟ ଜଗତରେ ଏକ ବିସ୍ମୟକର ପ୍ରତିଭା, ସେ ଜଣେ ଶାନ୍ତ ସରଳ ଏବଂ ଚିତ୍ରପ୍ରଜ୍ଞ ବ୍ୟକ୍ତିତ୍ୱ ଥିଲେ ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ଦେବେନ୍ ପଟେଲ ପ୍ରମୁଖ ଯୋଗଦେଇଥିଲେ ଏତତ ବ୍ୟତିତ ସଂଜୀବ ମହାପାତ୍ରଙ୍କ ଅନୁରୋଧ କ୍ରମେ ସ୍ଵର୍ଗତ ସାଧୁ ମେହେରଙ୍କ ନାମରେ ଏକ ଶ୍ରେଣୀ କକ୍ଷକୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଲୋକାର୍ପିତ କରାଯାଇଥିଲା । ଏଥିସହ ଫଟୋ ଚିତ୍ର ନିଜ ତୁଳୀରେ ଅଙ୍କନ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲା ଜବହାର ବିଦ୍ୟାଳୟ,କେ ଭି,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ବଳାସିଂହା ଆଦି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଙ୍କିତା କୁମ୍ଭାର, ଜ୍ୟୋତି କ୍ରିଷ୍ଣା ସାହୁ,ଅଭିସ୍ପା ପଟ୍ଟନାୟକ, ଆକାଂକ୍ଷା ମିଶ୍ର, ସୌରଭ ଖୁଣ୍ଟୁଲି, ପ୍ରତିତି ଦଳବେହେରା, କଳାକୃଷ୍ଣ ରଣା ପ୍ରମୁଖଙ୍କୁ ମୁଖ୍ୟଅତିଥି ଓ ଅନ୍ୟ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।ଅନ୍ୟତମ ପ୍ରତିଭା ସମ୍ପନ୍ନ ଚିତ୍ରଶିଳ୍ପୀ ରିନା ମେହେର ନିଜ ତୁଳୀରେ ସ୍ଵର୍ଗତ ସାଧୁ ମେହେରଙ୍କ ଏକ ଚିତ୍ର ଅଙ୍କନ କରିଥିଲେ । ସୁଶ୍ରୀ ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବୌଦ୍ଧର ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରତିଯୋଗିତାର ବିଚାରକ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରେ ଭୁଖା ଫିଲ୍ମର ଗାୟିକା ତଥା “ଫଟାଇ ଖାଇଲି ବେଲ” ଗୀତ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ବିଜୟ ଲକ୍ଷ୍ମୀ ଶତପଥି,ସୁରେନ୍ଦ୍ର କମ୍ପ,ସ୍ନେହାପ୍ରଭା ମହାପାତ୍ର, ଦୀପ୍ତିମୟୀ ବୈଠାରୁ, ବନିତା ମେହେର ପ୍ରମୁଖ ସହଯୋଗ କରିଥିବା ବେଳେ ପ୍ରାକ୍ତନ ଛାତ୍ର ସଂଜୀବ ବସ୍ତିଆ, ରଂଜନ ପାତ୍ର,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ସମାଜସେବୀ ନରେଶ ଶର୍ମା ,ତ୍ରିଲୋଚନ ଡ଼ାଙ୍ଗ ସହଯୋଗ କରିଥିବା ବେବେ ଶେଷରେ ମୋ ସ୍କୁଲ ଅଭିଯାନର ସଭାପତି ଭାର୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button