Entertainment

୧୯ତମ ପାତାଳୀ ମହୋତ୍ସବ ପଞ୍ଚମ ସନ୍ଧ୍ୟାରେ ସମ୍ବଲପୁରୀ ନାଚଗୀତ ନେ ଝୁମିଲେ ଦର୍ଶକ

 

 

     ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ପୀଠ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଛଳିଆ ପାହାଡ ପାଦଦେଶରେ ଚାଲିଥିବା ୧୯ତମ ପାତାଳୀ ମହୋତ୍ସବ ର ଆଜି ପଞ୍ଚମ ସନ୍ଧ୍ୟାରେ ପହଞ୍ଚିଛି।ଏହି ଅବସରରେ ସଂଗୀତ ସାଧନା ଲୋଇସିଂହା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଟ୍ରଷ୍ଟ ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟ‌‌‌ଅତିଥି ଭାବେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଓ ଉଲୁଣ୍ଡା ବ୍ଳକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ସମାଜସେବୀ କୁର୍ତିବାସ ମିଶ୍ର ଯୋଗ ଦେଇ ମଞ୍ଚାସୀନ ହୋଇଥିଲେ।ଏହି ଅବସରରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିଲେ। ସଂଗୀତ ସାଧନା ଲୋଇସିଂହା ପକ୍ଷରୁ ଗୀତ,ନାଚ,ଡାଲଖାଇ, ରସରକେଲି,ମାଇଲାଜଡ ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ହଜାର ହଜାର ଭକ୍ତ ପ୍ରଭୁକୃପା ପାଇଁ ଧାଇଁଆସିଥିଲେ ଓ ରାତି ସାଂସ୍କୃତିକ କାର୍ଯ୍ୟକ୍ରମ ମନଭରି ଉପଭୋଗ କରିଥିଲେ ।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ

Related Articles

Back to top button