Entertainment

ରେଡିଓ ଢେଙ୍କାନାଳ ଉଦଘାଟନ 

 

 – ଢେଙ୍କାନାଳ ଜିଲ୍ଲାରେ ଦ୍ୱିତୀୟ କମ୍ୟୁନିଟି ରେଡ଼ିଓ ସେଣ୍ଟର ଉଦଘାଟନ ହୋଇଯାଇଛି lଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଗେଙ୍ଗୁଟିଆ ଗ୍ରାମପଞ୍ଚାୟତ କଶିପଦା ଗ୍ରାମରେ ଏକ କମ୍ୟୁନିଟି ରେଡିଓ ଷ୍ଟେସନ ରେଡିଓ ଢେଙ୍କାନାଳ ଉଦ୍ଘାଟିତ ହୋଇଯାଇଛି। ୱାଲଡ ରେଡିଓ ଡେ ଅବସରରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ମନୋ ରଂଜନ ମଲ୍ଲିକ ଯୋଗଦେଇ ଉଦ୍ଘାଟନ କରିଥିଲେ। ଆକାଶବାଣୀର ବହୁ ପ୍ରତିଷ୍ଠିତ କର୍ମକର୍ତ୍ତାମାନେ ମଧ୍ୟ ଯୋଗ ଦେଇଥିଲେ। ଶୋଭା ଅନୁଷ୍ଠାନ ପକ୍ଷରୁ ଏହି ରେଡ଼ିଓ ଷ୍ଟେସନ ନିର୍ମାଣ କରାଯାଇଛି l ଶୋଭାର ଅନୁଷ୍ଠାନର ନିର୍ଦେଶକ ଉଦେୟୁନ୍ଦୁ ମିଶ୍ର, ରେଡ଼ିଓ ବସୁଧାର ନିର୍ଦେଶକ ଶିଶିର ଶତପଥି, ଜାଭିୟର ସ୍କୁଲର ପ୍ରିନସିପାଲ ଓ ଅନ୍ୟନ୍ୟ ଅତିଥି ମାନ ଉଦଘାଟନ ଉତ୍ସବରେ ଉପସ୍ଥିତ ଥିଲେ । ଏହାର ସଦର ଅଞ୍ଚଳର ପ୍ରଥମ ରେଡିଓ ସେଣ୍ଟର ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button