Politics

କେରଯୋଳି ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ରିପୋର୍ଟ -ଦୀପ ନାରାୟଣ ଷଡ଼ଙ୍ଗୀ ସମର୍ଥ ନ୍ୟୁଜ ଢେଙ୍କାନାଳ 

Place -ଢେଙ୍କାନାଳ

Date -12,02,24

Faramat -AVB

Anchor -ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ କେରଯୋଳି ପଞ୍ଚାୟତ କେରଯୋଳି ଖେଳ ପଡିଆ ଠାରେ କେରଯୋଳି ପଞ୍ଚାୟତ ସରପଞ୍ଚ ରାଜକିଶୋର ସାହୁଙ୍କ ନେତୃତ୍ୱରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଲୋକ ପ୍ରିୟ ବିଜେଡି ବିଧାୟକ ଡକ୍ଟର ନୃସିଂହ ଚରଣ ସାହୁ ଯୋଗ ଦେଇ ଥିବା ବେଳେ, ସମ୍ମାନିତ ଅତିଥି ରୂପେ କଙ୍କଡ଼ାହାଡ଼ ବ୍ଲକ୍ ଅଧକ୍ଷା ଚାରୁଲତା ମିଶ୍ର, କଙ୍କଡ଼ାହାଡ଼ ବ୍ଲକ୍ ଗୋଷ୍ଟି ଉନ୍ନୟନ ଅଧିକାରୀ ଯଶୋବନ୍ତ ଦେହୁରୀ, ଗ୍ରାମ ପଞ୍ଚାୟତ ମୁଖ୍ୟ ଅଧିକାରୀ ଏସ ନୈବେଦ୍ୟ, ଆତ୍ମା ଅଧକ୍ଷ ରମେଶ ମିଶ୍ର, କରଗୋଳା ପଞ୍ଚାୟତ ସରପଞ୍ଚ ତାପସ କୁମାର ପାଣି, ରାଇବୋଲ ସରପଞ୍ଚ ଶାନ୍ତନୁ କୁମାର ସାହୁ , କଙ୍କଡ଼ାହାଡ଼ ବ୍ଲକ୍ ଚର୍ଚ୍ଚିତ ଯୁବନେତା କମଳ ଲୋଚନ ସାହୁ ଯୋଗ ଦେଇ ଥିଲେ। ଏହି ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ ଲୋକ ପ୍ରିୟ ବିଧାୟକ ପଞ୍ଚାୟତ ବାସୀଙ୍କୁ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ବିଭିନ୍ନ ପ୍ରକଳ୍ପ ବିଷୟରେ ଆଲୋଚନା କରି ଥିଲେ। ଉକ୍ତ କାର୍ଯ୍ୟକ୍ରମରେ କେରଯୋଳି ପଞ୍ଚାୟତର ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବା ସହିତ ଦର୍ଶକଙ୍କୁ ମନୋରଞ୍ଜନ କାର୍ଯ୍ୟକ୍ରମ କରି ବେଶ୍ ଉତ୍ସାହିତ କରି ଥିଲେ। କାର୍ଯ୍ୟକ୍ରମରେ ବାରଶହ ରୁ ଉର୍ଦ୍ଧ ସଂଖ୍ୟାର ଜନ ସାଧାରଣ ଉପସ୍ଥିତ ଥିଲେ।

Related Articles

Back to top button