Entertainment

ଅନ୍ତିମ ଦିବସରେ ଆମ ଓଡିଶା ନବୀନ ଓଡ଼ିଶାର କାର୍ଯ୍ୟକ୍ରମ

 

ତିର୍ତ୍ତୋଲ :-(କନକପୁର ) ଚାହୁଁ ଚାହୁଁ ତିର୍ତ୍ତୋଲ ବ୍ଲକର ୨୯ ଟି ପଞ୍ଚାୟତ ରେ ଆମଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପୂର୍ଣ୍ଣାଙ୍ଗ କରାଯାଇଅଛି ! ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ସଚେତନତା କାର୍ଯ୍ୟକ୍ରମ ଆଜି ଅନ୍ତିମ ଦିବସରେ ପହଞ୍ଚି ଥିବା ବେଳେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଞ୍ଚାୟତରେ ଆମଓଡ଼ିଶା ନବୀନ ଓଡ଼ିଶାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ସରପଞ୍ଚ ରେବତୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଥିଲେ ତିର୍ତ୍ତୋଲ ବ୍ଲକର ବିଡ଼ିଓ ତପନ କୁମାର ସେନାପତି, ଏବିଡ଼ିଓ ସତ୍ୟଜିତ ସ୍ୱାଇଁ, ଜିପିଓ ସାର, ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ଯୁବ ସମାଜସେବୀ ଇଂ ସୁମିତ କୁମାର ଦାସ, କଳ୍ପନା ଦଳେଇ ! ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ସ୍ୱାଇଁ, ଦେବୀ ପ୍ରସାଦ ମହାନ୍ତି, ଦିପେଶ କୁମାର ପଣ୍ଡା, ଅମରେନ୍ଦ୍ର ଦାଶ, ମହେଶ ନାୟକ, ବିଶ୍ୱରଂଜନ ସ୍ୱାଇଁ, ସମିତିସଭ୍ୟ, ୱାର୍ଡ ସଭ୍ୟସଭ୍ୟା,ଏମବିକେ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ ଅଧିକାରୀ, ମିଶନ ଶକ୍ତି, ଏସ. ଏଚ. ଜି. ଗ୍ରୁପ, ପ୍ରଡକ୍ସନ ଗ୍ରୁପ, କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥାଇ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ !ଏହି ମଞ୍ଚରେ ବହୁ ପ୍ରତିଭା ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଥିବାର ଦେଖିବାକୁ ମିଳିଥିଲା ! ନୃତ୍ୟ ସଂଗୀତ, କ୍ଷୁଦ୍ର ନାଟକ “ପରୀ ” ଉପସ୍ଥିତ ଲୋକମାନଙ୍କୁ ଭରପୁର ମନୋରଞ୍ଜନ ଦେଇଥିଲା ! ସଭାପରିଚାଳନା ସରପଞ୍ଚଙ୍କ ପ୍ରତିନିଧି ଅଶୋକ କୁମାର ମହାନ୍ତି କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସୁମିତ କୁମାର ଦାସ !ଶହସ୍ରାଧିକ ଲୋକେ ଉପସ୍ଥିତ ରହି ସରକାର ଲୋକମାନଙ୍କ ପାଇଁ ଯାହାସବୁ ଯୋଜନା କରିଛନ୍ତି ସେସବୁ ଅବଗତ ହୋଇଥିଲେ !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ !

Related Articles

Back to top button