୧୯ତମ ପାତାଳୀ ମହୋତ୍ସବର ୪ର୍ଥ ସନ୍ଧ୍ୟା


ଉଲୁଣ୍ଡା ୧୪/୦୨(ରାଜେଶ କୁମାର ବାଘ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୧୯ତମ ପାତାଳୀ ମହୋତ୍ସବ ର ଆଜି ୪ର୍ଥ ସନ୍ଧ୍ୟା ।ଟ୍ରଷ୍ଟ ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବରେ ବିଜେପି ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ର, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଲା ଯୋଗ ଦେଇ ମଞ୍ଚାସୀନ ହୋଇଥିଲେ।ଏହି ଅବସରରେ ଆଜି ପ୍ରବଚନ ଚାରଣ ଅରୁଣ କୁମାର ପୁହାଣ ଓ ହରିହର ଶାସ୍ତ୍ରୀୟ ସଂଗୀତ ବିଦ୍ୟାଳୟ ଗଞ୍ଜାମ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ସଭାରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିବା ବେଳେ ନଳିନୀକାନ୍ତ ବାଘ ଧନ୍ୟବାଦ ଅର୍ପଣ ଦେଇଥିଲେ।ଏହି ଅବସରରେ ୫୬ପ୍ରହରୀ ନାମଯଜ୍ଞ, ଘୃତ ଯଜ୍ଞ, ଭାଗବତ ସପ୍ତାହ ପାରାୟଣ, ସାଂସ୍କୃତିକ,ପ୍ରବଚନ କାର୍ଯ୍ୟକ୍ରମ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହେଉଅଛି। ଏଥିରେ ଜଗଦିଶ କର୍ଣ୍ଣ, ମହାଦେବ ସାହୁ, ଜାନକୀରାମ ଦେହେରୀ, ସତ୍ୟଜିତ ଗଡୁଆ ବୀରମିତ୍ର ପଧାନ, ହୁଁକାରୁ ଗଡୁଆ ଆଦି ସହଯୋଗ କରିଥିଲେ।





