୧୯ତମ ପାତାଳୀ ମହୋତ୍ସବ ତୃତୀୟ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ


ଉଲୁଣ୍ଡା ୧୩/୦୨(ରାଜେଶ କୁମାର ବାଘ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୧୯ତମ ପାତାଳୀ ମହୋତ୍ସବ ର ଆଜି ତୃତୀୟ ସନ୍ଧ୍ୟା ରେ ପହଞ୍ଚିଛି ।ଟ୍ରଷ୍ଟ ସମ୍ପାଦକ ଉତ୍ତର କୁମାର ପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ବୀରମହାରାଜପୁର ଲବ କୁମାର ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରାଜଗୋପାଳ ପାଣିଗ୍ରାହୀ, ପିସିସି କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ସେଠୀ ଯୋଗ ଦେଇ ମଞ୍ଚାସୀନ ହୋଇଥିଲେ।ଏହି ଅବସରରେ ଆଜି ଓଡିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ତରଫରୁ ନୃତ୍ୟସୁଧା ଡାନ୍ସ ଏକାଡେମୀ ଭୁବନେଶ୍ଵର ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ତୃତୀୟ ସନ୍ଧ୍ୟା ଅଧିବେଶନ ରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିବା ବେଳେ ନଳିନୀକାନ୍ତ ବାଘ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହା ସହ ୫୬ପ୍ରହରୀ ନାମଯଜ୍ଞ, ଘୃତ ଯଜ୍ଞ, ଭାଗବତ ସପ୍ତାହ ପାରାୟଣ, ସାଂସ୍କୃତିକ କାର୍ଯ୍ୟକ୍ରମ,ପ୍ରବଚନ ଆଦି ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି।ମହାଦେବ ସାହୁ,ଜାନକୀରାମ ଦେହେରୀ, ଜଗଦିଶ କର୍ଣ୍ଣ,ବୀରମିତ୍ର ପଧାନ, ସତ୍ୟଜିତ ଗଡୁଆ,ଅଭିଷେକ ପାତ୍ର, ରମେଶ ସାହୁ ଙ୍କ ସମେତ ବହୁ କର୍ମକର୍ତ୍ତା ସହଯୋଗ କରିଥିଲେ।ଏହି ଅବସରରେ ହଜାର ହଜାର ଦର୍ଶକ ଙ୍କ ସମାଗମ ହୋଇଥିଲା।




