ଗୋପାଳପୁର ଶଙ୍ଖେଶ୍ୱର ଏବଂ କୋଷ୍ଟୀମଲ୍ଲିକାପୁର ରେ ସଚେତନତା କାର୍ଯ୍ୟକ୍ରମ, କେତେ ସଫଳ, କେତେ ବିଫଳ ??


ତିର୍ତ୍ତୋଲ :-ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପ୍ରତି ପଞ୍ଚାୟତରେ ଧୁମ୍ ଧାମ୍ ରେ ଚାଲିଥିବା ବେଳେ କୋଉଠି ନା କୋଉଠି ସ୍ଥାନୀୟ ସରପଞ୍ଚ ଭୁଲ ବଶତଃ ଫସିଯାଉଛନ୍ତି ! ଛୋଟ କଥା ବଡ ଈସୁ ହୋଇ ସାରା ପ୍ରୋଗ୍ରାମ କୁ ପ୍ରଭାବିତ କରୁଛି ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ଗୋପାଳପୁର ଶଙ୍ଖେଶ୍ୱର ଏବଂ କୋଷ୍ଟୀମଲ୍ଲିକାପୁର ପଞ୍ଚାୟତ ରେ ଆମଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋପାଳପୁର ଠାରେ ଆୟୋଜିତ ସଭାରେ ଅତ୍ୟୁକ୍ତ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ଯୁବନେତା ଧ୍ୟାନରଞ୍ଜନ ନନ୍ଦ କୋଷ୍ଠିମଲ୍ଲୀକାପୁର ସଭାରେ ସଭାପତିତ୍ବ କରିଥିଲେ ! ଉଭୟ ପଞ୍ଚାୟତ ଉତ୍ସବରେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ମୂଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ,ବିଶେଷ ଅତିଥି ଥିଲେ ବ୍ଲକ ଏବିଡ଼ିଓ ସତ୍ୟଜିତ ସ୍ୱାଇଁ ଏବଂ ୧ ନଂ ଜୋନ ର ଜିଲ୍ଲାପରିଷଦ ରଞ୍ଜିତା ସିଂହ !ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ୪ ନଂ ଜୋନ ର ଜିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳ ! କୋଷ୍ଠୀମଲ୍ଲୀକାପୁର ସରପଞ୍ଚ ବିଭୁ ପ୍ରସାଦ ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ରାଜଲକ୍ଷ୍ମୀ ମଲ୍ଲିକ , ରାଜସ୍ବ ନୀରିକ୍ଷକ ଲୋଜାଲିନି ପଣ୍ଡା , ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର କୈଳାଶ ଚନ୍ଦ୍ର ବେହେରା, ଯୁବନେତା ଇଞ୍ଜିନିୟର ସୁମିତ ଦାସ, ଓ ଶିକ୍ଷାବିତ୍ ସୁଶିଲ କୁମାର ସ୍ଵାଇଁ ପ୍ରମୁଖ ଯୋଗଦେଇ ଥିବାବେଳେ ଗୋପାଳପୁର ପଂଚାୟର ସରପଞ୍ଚ ଆରତୀ ମାଝିଙ୍କ ତତ୍ୱାବଧାନ ରେ ଆୟୋଜିତ ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଥିଲେ ବସନ୍ତ କୁମାର ମହାପାତ୍ର, କ୍ଷୀରୋଦ କୁମାର ବାରିକ, ପଦ୍ମିନୀ ମାହାଳି, ପ୍ରଭାସ କୁମାର ସାହୁ, ନିଲୁ ଚରଣ ଜେନା, ପ୍ରସାଦ ମହାନ୍ତି, ପ୍ରଭାସ କୁମାର ବେହେରା, ସୁଧୀର ମହାନ୍ତି, ଏବଂ ପ୍ରଭାତ କୁମାର ମହାନ୍ତି ! ଅଭୟ କୁମାର ଦାଶ ପରିଚୟ ପ୍ରଦାନ କରିଥିଲେ ! ମାତ୍ର ଗୋପାଳପୁର ପଂଚାୟତବାସୀ ବହୁ ସଂଖ୍ୟାରେ ଅନୁପସ୍ଥିତ ରହି ସୂଚେଇ ଦେଇଥିଲେ ଯେ ତାଙ୍କ ପଞ୍ଚାୟତରେ ବିକାଶ ହେଲା ଭଳି କାର୍ଯ୍ୟ ଆଦୌ ହୋଇନି ! ପୁଣି ଦେଖିବାକୁ ଗଲେ ରାଜ୍ୟ ସରକାରଙ୍କ ନିର୍ଦେଶରେ ଜଗନ୍ନାଥ ଅର୍ପଣ ରଥ ବୁଲେଇ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି କରିଥିବା ବେଳେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ମଞ୍ଚ ତଳେ ଜଗନ୍ନାଥଙ୍କୁ ରଖି ମଞ୍ଚଉପରେ ଅତିଥିଙ୍କୁ ବସାଇ ଜଗନ୍ନାଥ ସଂସ୍କୃତିକୁ ଅବମାନନା କରାଯାଇଥିଲା ! ଯାହା ବ୍ଲକ ମଧ୍ୟରେ କୋଉଠିବି କରାଯାଇ ନାହିଁ ବୋଲି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ! ଅପରପକ୍ଷରେ କୋଷ୍ଠିମଲ୍ଲିକାପୁର ପଞ୍ଚାୟତରେ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆମନ୍ତ୍ରିତ ଅତିଥିମାନେ ବିଷଦ ଅବତାରଣା କରିଥିବା ବେଳେ ଚିନାପଡ଼ାର ଶତାଧିକ ମହିଳା ଓ ପୁରୁଷ ଏହାର ବିରୋଧ କରି ମିଥ୍ୟା ଭାଷଣବାଜି ବୋଲି ଚିତ୍କାର କରୁଥିବାର ଦେଖିବାକୁ ମିଳିଥିଲା !ଗାଁକୁ ଭଲ ରାସ୍ତାଟିଏ ନାହିଁ କି ପୂଜା କରାଯାଉଥିବା ମନ୍ଦିର ସୁରକ୍ଷିତ ନୁହେଁ ବୋଲି କେହିକେହି କହୁଥିଲେ !ଏସବୁ ଦୃଶ୍ୟ ସୂଚାଇଦେଉଥିଲା ଯେ ଏହି ଦୁଇଟି ପଞ୍ଚାୟତ ବିକାଶ ର ବହୁତ ଦୂରରେ ପ୍ରଶାସନର ଅଢୁଆଳରେ ରହି ଯାଇଛି !
କୋଟିକୋଟି ଟଙ୍କା ବ୍ୟୟରେ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେଉଥିବାର ଶଙ୍ଖନାଦ ହେଉଥିବା ବେଳେ ଏହି ପଞ୍ଚାୟତରେ ବ୍ୟତିକ୍ରମ ସରକାରଙ୍କର ଦୁର୍ବଳତାକୁ ପଦାରେ ପକେଇ ଦେଉ ନାହିଁତ ?
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




