Politics

କଣ୍ଟାମାଳ ବିଜେଡି ତରଫରୁ ଘରେ ଘରେ ଶଙ୍ଖ ଓ ପରିବାର ସଂପର୍କ କାର୍ଯ୍ୟକ୍ରମ

 

କଣ୍ଟାମାଳ, ତା୧୨/୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ରଜିଲ୍ଲା ପରିଷଦ ଜୋନ ନଂ -୨ ର ଲମ୍ଵଶରୀ ଗ୍ରାମ ପଞ୍ଚାୟତର ମାର୍ଡୋଲ ଠାରେ ବିଜେଡିର ପରିବାର ସଂପର୍କ ପଦଯାତ୍ରା କରାଯାଇଛି। ଓଡ଼ିଶା ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନାକୁ ଘରେ ଘରେ ପହଞ୍ଚାଇ ପୁନର୍ବାର ଲୋକଙ୍କ ଆସ୍ଥା ଭାଜନ ନିମନ୍ତେ ଚାଲିଥିବା ପରିବାର ସଂପର୍କରେ ବିଜେଡି ଦଳ ପ୍ରତି ଲୋକଙ୍କ ଅଗାଢ଼ ବିଶ୍ୱାସ ,ଭରସା ଓ ଭଲପାଇବାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ପଦଯାତ୍ରାରେ ବିଧାୟକ ପ୍ରତିନିଧି ସୁଧାଂଶୁ ଶେଖର ରଣା , ବିଜେଡି ରାଜ୍ୟ ସମ୍ପାଦକ ସୁଧୀର ମହାକୁଡ଼ ,ସରକାରୀ ଓକିଲ ରାଧବଲ୍ଲଭ ପ୍ରଧାନ , ଲମ୍ଵଶରୀ ପଞ୍ଚାୟତ ସରପଞ୍ଚ ଶ୍ରମତି ଭଗବତୀ ସେଠି ,ୱାର୍ଡ ସଭ୍ୟ ,ସମସ୍ତ କର୍ମୀ , ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସମେତ ବିଜେଡି ସମର୍ଥକ ଯୋଗଦେଇ ଘରେ ଘରେ ଶଙ୍ଖ ଓ ପରିବାର ସଂପର୍କ ଯାତ୍ରାରେ ସାମିଲଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button