Politics

ରୁଣ୍ଡିମହୁଲ ଠାରେ ପିଡ଼ିଏସ ଚାଉଳ ପ୍ରଦାନ ସମୟରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଲୋଗୋ ଲାଗିଥିବା ବ୍ୟାଗ୍ କୁ ପୋଡ଼ିଦେଲେ ବିଜେପି କର୍ମକର୍ତ୍ତା !

 

 

କଣ୍ଟାମାଳ,୧୧।୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ରୁଣ୍ଡିମହୁଲ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ପିଡିଏସ ଚାଉଳ ହିତାଧିକାରୀଙ୍କୁ ଦିଆଯାଉଥିବା ସମୟରେ ଏକ ଅଘଟଣ ଦେଖିବାକୁ ମିଳିଥିଲା। ସେଠାରେ ଚାଉଳ ସହିତ ଆମ ଓଡ଼ିଶା ନବୀନ ଓଡିଶା ଶଂଖ ଚିହ୍ନ ଲୋଗ ଥିବା ବ୍ୟାଗ୍ ବଣ୍ଟନ ବେଳେ ଉତ୍ତେଜନା ଦେଖା ଦେଇଥିଲା ।କେନ୍ଦ୍ର ସରକାର ଜଣ ପ୍ରତି ୫ କେଜି ଚାଉଳ ଦେଉଥିବା ବେଳେ କେଉଁ ଉଦ୍ଦେଶ୍ୟରେ ପିଡିଏସ ଚାଉଳ ସହ ବିଜେଡି ବ୍ୟାଗ୍ ବଣ୍ଟନ କରାଯାଉଛି କହି ବିଜେପିର କାର୍ଯ୍ୟକର୍ତ୍ତା ମାନେ ପ୍ରତିବାଦ କରିଥିଲେ ।କେନ୍ଦ୍ର ସରକାର ଚାଉଳ ଦେଉଥିବାବେଳେ ରାଜ୍ୟ ସରକାର ତାହାର ବାହା ବାହା ନେଉଥିବା ନେଇ ବିଜେପି କର୍ମକର୍ତ୍ତା ମାନେ ଦୃଢ଼ ପ୍ରତିବାଦ ଓ ନିନ୍ଦା କରିଥିଲେ । ଏ ସମ୍ପର୍କରେ କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡ୍ଡୀ ଓ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଁସଦା କୁ ଫୋନ୍ କରି ବ୍ୟାଗ୍ ବଣ୍ଟନ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ । ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କିଛି ବ୍ୟାଗ୍ କୁ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ପୋଡିଦେଇ ପ୍ରତିବାଦ କରିଥିବା ଦୃଶ୍ୟ ଏବେ ଦେଖିବାକୁ ମିଳିଛି । ରାଜ୍ୟ ବିଜେପି କାର୍ଯ୍ୟକାରୀଣୀ ସଦସ୍ୟ କହେଁଇ ଚରଣ ଡାଙ୍ଗ, ମଣ୍ଡଳ ସଭାପତି ଅନୀଲ୍ ପ୍ରଧାନ, ନିରଂଜନ କର୍ଣ୍ଣ ଓ ବିଜେପି କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button