Entertainment

ପଲସାଗୋରା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ 

 

କଣ୍ଟାମାଳ, 11/02/24 (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ପଲସାଗୋରା ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳ ଭିତ୍ତିଭୂମୀର ବିକାଶ ପାଇଁଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ଲୋକଲୋଚନରେ ପହଞ୍ଚାଇବା ପାଇଁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏକ ରଙ୍ଗାରଙ୍ଗ ସାଂସ୍କୃତିକ ମଞ୍ଚରେ ଗ୍ରା.ପ.ର ପଲସାଗୋରା ଗ୍ରାମପଂଚାୟତ ର ସରପଞ୍ଚ ସୁଶ୍ରୀ ସୌଦାମିନୀ ମଲିକ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ଉପା ଧକ୍ଷ ଶଙ୍କର୍ଷଣ ପ୍ରଧାନଯୋଗଦେଇ ଓଡିଶା ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ କିପରି ସମସ୍ତଙ୍କ ପାଖରେ ପହଞ୍ଚି ଜନ ସାଧାରଣ ଲାଭ ପାଇପାରିବେ ତା ଉପରେ ସମସ୍ତଙ୍କୁ ସଚେତନ କରିଥିଲେ।ସେହିପରି ସମ୍ମାନୀତ ଅତିଥି ଭାବେ ସମାଜସେବୀ ମୁନା ମିଶ୍ର, ନାଏବ ସରପଞ୍ଚ ପଦ୍ମନାଭ ସାହୁ, ପ୍ରମୁଖ ଯୋଗଦେଇ ଜନସାଧାରଣଙ୍କୁ ଓଡ଼ିଶା ସରକାରଙ୍କ ଜନହିତକର କାର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ ପଂଚାୟତ ନିର୍ବାହୀ ଅଧିକାରୀ ଖିରୋଦ କୁମାର ମେଣ୍ଡିଲି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଲେ !ଆମ୍ବଗାଁ ପଂଚାୟତ ର ପଂଚାୟତ ନିର୍ବାହୀ ଅଧିକାରୀ ପୁରନ୍ଦର ଠେଲା ଅତିଥି ପରିଚୟ ଦେଇଥିଲେ!

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button